ଦେଶରେ ୫୬ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଗତ ୨୪ ଘଣ୍ଟାରେ ୩୩୯୦ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ କରୋନାରେ ଏପର୍ଯ୍ୟନ୍ତ ୧୮୮୬ ଜଣ ପ୍ରାଣ ହରାଇଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ୩୩୯୦ ନୂଆ ମାମଲା ଆସିଥିବା ବେଳେ ୧୦୩ ଜଣଙ୍କ ଜୀବନ ଗଲାଣି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୬ ହଜାର ଟପିଥିବା ବେଳେ ୧୬ ହଜାର ୫୪୦ ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ର ସବୁଠୁ ଅଧିକ କରୋନା ପ୍ରଭାବିତ ରାଜ୍ୟ । ୧୭ ହଜାର ୯୭୪ ପଜିଟିଭ୍‌ ସଂଖ୍ୟା ଥିବାବେଳେ ମୃତ୍ୟୁସଂଖ୍ୟା ୬୯୪ ।

ଦ୍ୱିତୀୟରେ ରହିଛି ଗୁଜରାଟ । ଗୁଜରାଟରେ ପଜିଟିଭଙ୍କ ସଂଖ୍ୟା ଗୁଜରାଟରେ ୭୦୧୨ ବେଳେ ମୃତ୍ୟୁସଂଖ୍ୟା ୪୨୫ । ଦିଲ୍ଲୀରେ ପଜିଟିଭ ସଂଖ୍ୟା ୫ ହଜାର ୯୮୦ ଥିବାବେଳେ ମୃତ୍ୟୁସଂଖ୍ୟା ୬୬ । ସେହିପରି ତାମିଲନାଡୁରେ ମୃତ୍ୟୁସଂଖ୍ୟା ୩୭ ଥିବା ବେଳେ ପଜିଟିଭି ସଂଖ୍ୟା ରହିଛି ୫୪୦୯ ।

CORONAରାଜସ୍ଥାନରେ ୩୪୨୭ ପଜିଟିଭ ଥିବାବେଳେ ମୃତ୍ୟୁ ସଂଖ୍ୟା ୯୭ । ମଧ୍ୟପ୍ରଦେଶରେ ୩୨୫୨ ପଜିଟିଭ୍‌ ଥିବା ବେଳେ ମୃତ୍ୟୁସଂଖ୍ୟା ୧୯୩ । ଉତ୍ତରପ୍ରଦେଶରେ ୩ ହଜାର ୭୧ ପଜିଟିଭ୍‌ ଥିବା ବେଳେ ମୃତ୍ୟୁସଂଖ୍ୟା ୬୨ । ପଶ୍ଚିମବଙ୍ଗରେ ପଜିଟିଭ ସଂଖ୍ୟା ୧୫ ଶହ ୪୮, ମୃତ୍ୟୁସଂଖ୍ୟା ୧୫୧ । ଆନ୍ଧ୍ର ପ୍ରଦେଶରେ ୧୮ ଶହ ୪୭ ପଜିଟିଭ ଥିବା ବେଳେ ମୃତ୍ୟୁସଂଖ୍ୟା ରହିଛି ୩୮ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.