ସୁରତ୍ ଫେରନ୍ତା ଓ ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡ଼ିଆଙ୍କ ଚିନ୍ତା ଘାରିଛି ରାଜ୍ୟ ସରକାରଙ୍କୁ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟବାସୀଙ୍କୁ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଅଧିକ ଡରାଇବା ଆରମ୍ଭ କଲାଣି । ଗତକାଲି ଗୋଟିଏ ଦିନରେ ୩୪ ଜଣ ପଜେଟିଭ୍ ବାହାରିବା ପରେ ଆଜି ସକାଳୁ ସକାଳୁ ୨୬ ଜଣ ଚିହ୍ନଟ ହୋଇ ସାରିଲେ । ଆହୁରି ଦିନ ଯାକ ବାକି ଅଛି ।
ଦୁଇ ଦିନ ଭିତରେ ସୁରତ୍ ଫେରନ୍ତାମାନେ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ାଇ ଚାଲିଛନ୍ତି । ଏମିତିକି ଅନ୍ୟ ଜିଲ୍ଲାରେ ମଧ୍ୟ ଏମାନଙ୍କ ଉପସ୍ଥିତି ସ୍ଥାନୀୟ ପ୍ରଶାସନ ପାଇଁ ଚିନ୍ତା ବଢ଼ାଇଛି । ଅବଶ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରବାସୀ ଓଡ଼ିଆଙ୍କୁ କେବଳ ପରୀକ୍ଷା କରାଯିବା ପରେ ଅଣାଯିବ । ଟେଷ୍ଟିଂରେ ନେଗେଟିଭ୍ ଥିବା ଲୋକେ ହିଁ ରାଜ୍ୟକୁ ଫେରି ପାରିବେ । ପଜେଟିଭ୍ ମାନେ ସଂପୃକ୍ତ ରାଜ୍ୟରେ କ୍ୱାରେଣ୍ଟାଇନ୍‌ରେ ରହିବେ । ଏହା ଫଳରେ ଯଦିଓ ରାଜ୍ୟ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଅଧିକ ବୃଦ୍ଧି ନହୋଇ ପାରେ ତେବେ ରାଜ୍ୟ ବାହାରେ ଥିବା ଏଇ ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟ ସରକାରଙ୍କୁ ବିଭିନ୍ନ ବ୍ୟବସ୍ଥା କରିବାକୁ ହେବ ।
ପ୍ରଥମେ ବିଦେଶ ଫେରନ୍ତା, ପରେ ନିଜାମୁଦ୍ଦିନ ଏବଂ ଏହା ପରେ କୋଲକାତା ଫେରନ୍ତା ଚିନ୍ତା ବଢ଼ାଇଥିଲେ । ଏବେ ସୁରତ ଫେରନ୍ତା ସବୁ ସୀମାକୁ ଟପି ଗଲେ । ଆଗକୁ ଦେଖିବାର ଅଛି ଏମାନେ ତାଲିକାରେ କେଉଁଠି ରହୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.