Below header

କରୋନା ମହାମାରୀ ସହିତ ଲଢିବା ପାଇଁ ନୂଆ ଅସ୍ତ୍ର ଆଣିଲେ ସୋନୁ: ଯାହା ଯୋଗାଇବ ବେଡ, ଔଷଧ ଏବଂ ଅକ୍ସିଜେନ

ଲକଡାଉନ ଯୋଗୁଁ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ସମସ୍ତଙ୍କ ମନ ଜିଣିଥିଲେ ସୋନୁ ସୁଦ। ରିଲ ଲାଇଫ ହିରୋରୁ ରିଅଲ ଲାଇଫ ହିରୋ ବନିଥିଲେ। ନିଜ କରୋନାରେ ପୀଡିତ ହେବା ପରେ ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବାକୁ ପଛାଇ ନାହାନ୍ତି ସୋନୁ। ନିଜେ କରୋନାରୁ ସୁସ୍ଥ ହେବା ପରେ ଏବେ ମହାମାରୀ ଯୁଦ୍ଧ ସହିତ ଲଢିବା ପାଇଁ ଟେଲିଗ୍ରାମରେ ଚ୍ୟାନେଲ ଖୋଲିଛନ୍ତି।

ଗତ କିଛିଦିନ ତଳେ ସୋସିଆଲ ମିଡିଆରେ ଲୋକେ ହସପିଟାଲରେ ବେଡ, ଅକ୍ସିଜେନ, ମେଡିସିନ ଅଭାବକୁ ନେଇ ଗୁହାରି କରିଥିଲେ। ଏହି ପରିସ୍ଥିତିରୁ ବାହାରିବା ପାଇଁ ସୋନୁ ଏକ ନୂଆ ଉପାୟ ଖୋଜି ପାଇଛନ୍ତି। ଯାହା ଲୋକଙକ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ଲୋକଙ୍କୁ ଏହିସବୁ ଜିନିଷ ବିଷୟରେ ଜାଣିବା ପାଇଁ ସୋନୁ ଟେଲିଗ୍ରାମ ଆପ୍‌ର ସାହାଯ୍ୟ ନେଇଛନ୍ତି।


ଯାହାର ବିଷୟରେ ସୋନୁ ସୁଦ ଟ୍ଵିଟରରେ ସୂଚନା ଦେଇଛନ୍ତି। ଟେଲିଗ୍ରାମରେ ଗ୍ରୁପ ଚ୍ୟାନେଲ କରି ଦେଶରେ ସମସ୍ତ ଆବଶ୍ୟକ ଥିବା ଲୋକଙ୍କୁ ହସପିଟାଲରେ ବେଡ, ମେଡିସିନି ଏବଂ ଅକ୍ସିଜେନ ଯୋଗାଇବା ପାଇଁ ସାହାଯ୍ୟ କରୁଛନ୍ତି। ଏହାକୁ ନେଇ ସୋନୁ ଲେଖିଛନ୍ତି ‘ ଏବେ ସମଗ୍ର ଦେଶ ଆମ ସାଥିରେ ରହିବ, ମୋ ସହିତ ଯୋଡି ହୁଅନ୍ତୁ ଟେଲିଗ୍ରାମ ଚ୍ୟାନେଲ ସହିତ, ‘India Fights With Covid’ ହାତ ସହିତ ହାତ ମିଶାନ୍ତୁ, ଦେଶକୁ ବଞ୍ଚାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.