Below header

ରାଜ୍ୟରେ ଆଜି ବି ୬ହଜାର ଉପରେ ସଂକ୍ରମିତଙ୍କ ସଂଖ୍ୟା, ୭ ମୁଣ୍ଡ ନେଲା କରୋନା

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଆଜି ବି ୬ହଜାର ଉପରେ ସଂକ୍ରମିତଙ୍କ ସଂଖ୍ୟା। ଆଉ ୬୧୧୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୭ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ଖୋର୍ଦ୍ଧାରୁ ସର୍ବାଧିକ ୮୭୫ ନୂଆ କେସ୍‌ ରହିଛି। ସୁନ୍ଦରଗଡ଼ରୁ ୭୮୫, ନୂଆପଡ଼ାରୁ ୪୩୦, କଳାହାଣ୍ଡିରୁ ୩୨୧, ନବରଙ୍ଗପୁରରୁ ୩୧୮, କଟକରୁ ୩୪୩ ଓ ଝାରସୁଗୁଡାରୁ ୨୫୪ ଜଣ ନୂଆ ସଂକ୍ରମିତ ହୋଇଛନ୍ତି।

ସମ୍ବଲପୁରରୁ ୨୮୦, ବରଗଡ଼ରୁ ୨୬୨, ଗଞ୍ଜାମରୁ ୧୩୪, କେନ୍ଦୁଝରରୁ ୧୧୮, ମୟୁରଭଞ୍ଜରୁ ୧୫୮ ଓ ପୁରୀରୁ ୧୮୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ଙ୍କ ସଂଖ୍ୟା ୪ଲକ୍ଷ ୭ହଜାର ୪୫୭କୁ ବୃଦ୍ଧି ପାଇଛି। ଆକ୍ଟିଭ୍‌ କେସ୍‌ ୪୫ହଜାର ୯୪୯ଥିବାବେଳେ ସୁସ୍ଥ ହୋଇଛନ୍ତି ୩ଲକ୍ଷ ୫୯ହଜାର ୪୬୭। ଏହା ସହ ରାଜ୍ୟରେ ଆଜି କରୋନାରେ ୭ ଜଣଙ୍କ ମୁଣ୍ଡ ଯାଇଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.