Mi ଲଞ୍ଚ କଲା Mi QLED TV, ଜାଣନ୍ତୁ କ’ଣ ରହିଛି ଦାମ୍‌ ଏବଂ ଫିଚର୍ସ

ସ୍ମାର୍ଟଫୋନ ଏବଂ ଟିଭି ବ୍ରାଣ୍ଡ୍‌ ମି ଇଣ୍ଡିଆ ନୂଆ ଫ୍ଲାଗସିପରେ ଲଞ୍ଚ କରିଛି ୭୫ ଇଞ୍ଚର କ୍ୟୁଏଲଇଡି ଟିଭି । ଯାହା ୯୭ ପ୍ରତିଶତ ସ୍କ୍ରିନ-ଟୁ-ବଡି ରେସିଓ ସହିତ ୧,୧୯,୯୯୯ ଦାମ୍‌ରେ ଉପଲବ୍ଧ ହେବ। ଏହି ଟିଭି ମି ଡଟ୍‌ କମ୍‌, ମି ହୋମ ଏପ ଫ୍ଲିପକାର୍ଟରେ ୨୭ ଏପ୍ରିଲରୁ ଉପଲବ୍ଧ ହେବ।

ଏହି ଟିଭିରେ ଲେଜର କଟିଂ ସହିତ ଏକ ପ୍ରିମିୟମ ମେଟାଲିକ ଲୁକ୍‌ ଦେଇଥାଏ। ଏଥିରେ ଡଲବି ଭିଜନ, ଏଚଡିଆର ୧୦ ପ୍ଲସ, ଡଲବି ଅଡିଓ ଏବଂ ଡିଟିଏମ-ଏଚଡି ସପୋର୍ଟ ସହିତ କୋଡେକ ସପୋର୍ଟର ମଧ୍ୟ ସୁବିଧା ରହିଛି। ଟିଭିରେ 4kQLED ପ୍ୟାନେଲ ସହିତ ଦମଦାର କଲର ସ୍ପେକ୍ଟ୍ରମ ରହିଛି।

ଏହି ଟିଭି ଆଣ୍ଡ୍ରଏଡ ଟିଭି ୧୦ ସହିତ ବଜାରକୁ ଆସୁଛି। ଯେଉଁଥିରେ ଗୁଗଲ ପ୍ଲେରୁ ୫୦୦୦ ଅଧିକ ଆପ୍‌ ଏବଂ ଗେମ୍‌ ସପୋର୍ଟ କରିବ। ଏହାଛଡା ଏଥିରେ ୟୁଟ୍ୟୁବ, ନେଟଫ୍ଲିକ୍ସ, ଆମାଜନ ଭିଡିଓ, ଡିଜନୀ ପ୍ଲସ ହଟଷ୍ଟାର ସାମିଲ ରହିଛି। ଏହା ବ୍ୟତୀତ QLED ଟିଭିରେ ଗୁଗଲ ଆସିଷ୍ଟାଣ୍ଟ ଏବଂ କ୍ରୋମକାଷ୍ଟ ସହିତ ଲଞ୍ଚ କରାଯାଇଛି। ଟିଭିରେMail G 52, MP2 ଗ୍ରାଫିକ୍ଦ ଏବଂ ୨ ଜିବି ରାମ୍‌ ଏବଂ ୩୨ ଜିବି ଷ୍ଟୋରେଜ କ୍ଷମତା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.