Below header

ଭଦ୍ରକ: ମଲା କୁକୁରଙ୍କୁ  ଧରି ଫାଣ୍ଡିରେ ପହଞ୍ଚିଲେ ମହିଳାମାନେ, ଜଣେ ବ୍ୟକ୍ତି ବିଷ ଦେଇ ମାରିଦେଇଥିବାର କଲେ ଅଭିଯୋଗ

ଚାନ୍ଦବାଲି(କେନ୍ୟୁଜ୍):  ମଲା କୁକୁର ପାଇଁ ଫାଣ୍ଡିରେ ଏତଲା । କଥାଟା  ଆଶ୍ଚର୍ଯ୍ୟ ଲାଗୁଥିଲେ  ବି ସତ । ଖବର ମୁତାବକ ଚାନ୍ଦବାଲି ବ୍ଲକ ମତୋ ଫାଣ୍ଡି ଅଧିନ ଚଷାଖଣ୍ଡ ଗାଁର ବୈଷ୍ଣବ ସାହିରେ ଜନୈକ ବ୍ଯକ୍ତି ଜଣକ ସାହିର ସମସ୍ତ କୁକୁର ମାନଙ୍କୁ ଖାଦ୍ୟରେ ବିଷ ଦେଇ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ବୈଷ୍ଣବ ସାହିର ମହିଳା ମାନେ। ରାତ୍ରି ସମୟରେ ଜୈନିକ ବ୍ଯକ୍ତି ଜଣକ ଚଷାଖଣ୍ଡ ଗାଁ ବୈଷ୍ଣବ ସାହି ମଧ୍ୟ ଦେଇ ଜାତାୟତ କରେ ।  ତାଙ୍କୁ ଦେଖି କୁକୁର ମାନେ ଭୁକିବା ସହ ଅଚିହ୍ନା ଲୋକଙ୍କୁ ସାହି ମଧ୍ୟକୁ ପ୍ରବେଶ କରିବାକୁ ଦିଅନ୍ତି ନାହିଁ। ଯାହା ଫଳରେ ଗତ କାଲି ଜନୈକ ବ୍ଯକ୍ତି ଜଣକ ଉତ୍ଯକ୍ତ ହୋଇ ସମସ୍ତ କୁକୁର ମାନଙ୍କୁ ମାରିଦେବାକୁ ଧମକ ଦେଇଥିଲେ।

chandbali 1

ଆଜି ସକାଳ ଗାଁରେ ୬ କୁକୁରଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଟି କୁକୁର ଏବେ ସୁଧା ମିଳିନାହାନ୍ତି। ଏଥିନେଇ ବୈଷ୍ଣବ ସାହିରେ ମହିଳା ମାନେ ମତୋ ଫାଣ୍ଡିରେ କୁକୁର ମାନଙ୍କର ମୃତ ଦେହ ଧରି ପହଞ୍ଚି ସଂପୃକ୍ତ ବ୍ୟକ୍ତିଙ୍କ ନାମରେ ଲିଖିତ ଅଭିଯୋଗ କରିବାସହ ତାଙ୍କୁ ଗିରଫ କରିବା ପାଇଁ ଦାବୀ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.