ରୋଗାଗ୍ରସ୍ତ ପିଲାଙ୍କୁ ଅଭିଶପ୍ତ ବୋଲି ମାନନ୍ତି ଏଠିକାର ଲୋକେ, ନିଜ ପିଲାଙ୍କୁ ମାରିବା ପାଇଁ ମା’ ବାପା ଆପଣାନ୍ତି ବିଭିନ୍ନ ପ୍ରକାର ଟ୍ରିକ

ନିଜ ପିଲାର ହାନି କେବେ ବି କୌଣସି ବାପା ମା’ ଚାହାନ୍ତି ନାହିଁ। ପିଲା ସେମାନଙ୍କ ପ୍ରତି ଯେତେ ବି ଅନ୍ୟାୟ କରୁ କିମ୍ବା କଷ୍ଟ ଦେଉ କିନ୍ତୁ କୌଣସି ପିତାମାତା ନିଜ ପିଲାର ଅନିଷ୍ଟ ଚିନ୍ତା କରେ ନାହିଁ। ବାପା ମା’ ପିଲା ପାଇଁ କୌଣସି ଅସୁବିଧାର ସାମ୍ନା କରିପାରନ୍ତି। ପିଲାର ଭଲ ମନ୍ଦ ପାଇଁ ବାପା ମା’ ଆଖିରୁ ନିଦ ହଜିଯାଏ। ସେମାନଙ୍କ ଖୁସି ପାଇଁ କିଛି ବି କରିବାକୁ ପଛାନ୍ତି ନାହିଁ ମା’ ବାପା। କିନ୍ତୁ ଦୁନିଆରେ ଏମିତି ଏକସମୁଦାୟ ରହିଛି, ଯେଉଁଠି ନିଜ ବାପା ମା’ ପିଲାଙ୍କୁ ହତ୍ୟା କରିବାକୁ ପଛାନ୍ତି ନାହିଁ। ଏଠାରେ ଯଦି କୌଣସି ପିଲା ଦୁର୍ବଳ କିମ୍ବା ରୋଗାଗ୍ରସ୍ତ ଜନ୍ମ ନିଏ, ତେବେ ବାପା ମା’ ପିଲାକୁ ପାଣିରେ ବୁଡାଇ ମାରିଦିଅନ୍ତି।

ଇଥୋପିଆରେ ରହୁଥିବା କୋର ସମୁଦାୟ ପିଲା ରୋଗାଗ୍ରସ୍ତ ଜନ୍ମ ହେବାକୁ ଅଭିଶାପ ବୋଲି ମାନନ୍ତି। ଏଠାରେ ଦୁର୍ବଳ କିମ୍ବା ଦିବ୍ୟାଙ୍ଗ ପିଲାକୁ ଅଭିଶାପ ବୋଲି କୁହାଯାଏ। ମା’ ବାପା ରୋଗାଗ୍ରସ୍ତ ପିଲାକୁ ଡାକ୍ତର ପାଖକୁ ନିଅନ୍ତି ନାହିଁ, କିମ୍ବା ଖୁଆଇ ପିଆଇ ତାର ସ୍ୱାସ୍ଥ୍ୟକୁ ସୁଧାରିବାକୁ ଚେଷ୍ଟା କରନ୍ତି ନାହିଁ। ସେମାନେ ପିଲାକୁ ପାଣିରେ ବୁଡାଇ ମାରିଦିଅନ୍ତି।

କୋର ସମୁଦାୟରେ ରୋଗିଣା ପିଲାକୁ ମା’ ବାପା ମାରି ଦିଅନ୍ତି। ଏଥିପାଇଁ ଅନେକ ପ୍ରକାର ଉପାୟ ଆପଣାନ୍ତି। କିଛି ଲୋକ ନିଜ ପିଲାଙ୍କୁ ନଦୀଙ୍କୁ ପିଙ୍ଗି ଦେଉଥିବା ବେଳେ ଆଉ କେତେ ଜଣ କୌଣସି ବଡ ପାତ୍ରରେ ପାଣି ଢାଳି ସେଥିରେ ପିଲାକୁ ବୁଡାଇ ମାରିଦିଅନ୍ତି। ଏହି ସମୁଦାୟ ବିରୋଧରେ ଜଣେ ମହିଳା ଗାଁ ଲୋକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏକଦା ଗାଁ ଲୋକ ଏକାସାଥିରେ ୧୫ ଜଣ ପିଲାଙ୍କୁ ଅଭିଶାପ ବୋଲି କହି, କୁମ୍ଭୀରକୁ ଖାଇବାକୁ ଦେଇଥିଲେ।

ethiopia
photo credit: Daily mail

କୋର ସମୁଦାୟଲୋକ ପିଲାକୁ ଅଭିଶାପ କହନ୍ତି। ଯଦି କୌଣସି ପିଲା ଦୁର୍ବଳ, ଦିବ୍ୟାଙ୍ଗ ହୁଏ, ସେମାନଙ୍କୁ ଅଭିଶାପ ବୋଲି ଧରାଯାଏ। ଏହାଛଡା ଯଦି ଜାଆଳାଁ ପିଲା ଜନ୍ମ ନିଏ କିମ୍ବା ପିଲାର ଦାନ୍ତ ରହିଥିବାଏ, ତେବେ ଏମାନଙ୍କୁ ମଧ୍ୟ ଅଭିଶପ୍ତ ଛୁଆ ବୋଲି କୁହାଯାଏ। ଏହି ପିଲାଙ୍କୁ ଜୀବନ୍ତ ଛାଡିଦେଲେ ଗାଁରେ ପ୍ରଳୟ ଆସିବ ବୋଲି ଗାଁ ଲୋକଙ୍କ ଧାରାଣା ରହିଛି। ତେଣୁ ଏମାନଙ୍କୁ ମଧ୍ୟ ମାରିଦିଆଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.