ସୁବର୍ଣ୍ଣପୁର: ଚା’ଫୁଟାଉଥିବା ବେଳ ଅଘଟଣା, ଗ୍ୟାସ ଲିକ ହୋଇ ନିଆଁ ଲାଗି ନାବାଳକ ମୃତ

ସୁବର୍ଣ୍ଣପୁର(କେନ୍ୟୁଜ୍): ଚା ଫୁଟାଥିବା ବେଳେ ଗ୍ୟାସ ଲିକ ହୋଇ ନାବାଳକ ମୃତ, ଏଭଳି ଅଘଟଣ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସାଙ୍କରା ଗ୍ରାମରେ । ମିଳିଥିବା ସୂଚନା ମୁତାବକ ବାବୁସାନ ଗୁଡୁରିଚା ଫୁଟାଥିବା ବେଳେଆ ନାମକ ଜଣେ ୧୦ ବର୍ଷର ବାଳକ ଆଜି ଭୋରରୁ ଚା’ ଫୁଟାଇବା ପାଇଁ ଗ୍ୟାସ ଲଗାଇଥିଲେ। ଏହି ସମୟରେ ଗ୍ୟାସ ଲିକ ହୋଇ ସମଗ୍ର ଘରେ ନିଆଁ ଲାଗିଯାଇଥିଲା। ଯାହା ଫଳରେ ନାବାଳକଟି ଘରେ ଫସି ଯାଇଥିଲା।

ସ୍ଥାନୀୟ ଲୋକ ଘଟଣା ସ୍ଥଳରୁ ନାବାଳକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ନାବାଳକୁ ମୃତ ଘୋଷଣା କରିଛନ୍ତି। ସେପଟେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।  ଏହି ଘଟଣା  ପରେ ସ୍ଥାନୀୟ ଅଞ୍ଚଳରେ  ଶୋକର ଛାୟା ଖେଳି ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.