ଆଇପିଏଲ ୨୦୨୧ ମ୍ଯାଚ୍: ପ୍ରଥମ ମ୍ଯାଚରେ ଚେନ୍ନାଇକୁ ଭେଟିବ ରୟାଲ ଚାଲେଞ୍ଜର୍ସ, ଦ୍ବିତୀୟ ମ୍ଯାଚରେ ଦିଲ୍ଲୀ ସହିତ ହେବ ହାଇଦ୍ରାବାଦର ଟକ୍କର

ଆଜି ରବିବାରରେ ଆଇପିଏଲ ୨୦୨୧ ରେ ଦେଖିବାକୁ ମିଳିବ ଦୁଇଟି ମ୍ଯାଚ। ଆଜି ଆଇପିଏଲରେ ଖେଳାଯିବ ଦୁଇଟି ହାଇଭୋଲଟେଜ୍ ମ୍ୟାଚ୍ । ବହୁ ପ୍ରତୀକ୍ଷିତ ଧୋନି-କୋହଲି ମୁକାବିଲା ଆଜି ଦେଖିବାକୁ ମିଳିବ । ଏହାସହ ଆଉ ଏକ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀର ଉତ୍ସାହୀ ଅଧିନାୟକ ଋଷଭ ପନ୍ତ ଓ ଡେଭିଡ ଓ୍ଵାର୍ଣ୍ଣରଙ୍କ ହାଇଦ୍ରବାଦ୍ ଟିମ୍ ।

ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍ ଓ ବିରାଟ କୋହଲିଙ୍କ ରୟାଲ ଚାଲେଞ୍ଜର୍ସ ମଧ୍ୟରେ ହେବ ଲଢ଼େଇ । ଅପରାହ୍ନ ୩ଟା ୩୦ରେ ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ସେହିଭଳି ଚେନ୍ନାଇରେ ଦ୍ୱିତୀୟ ମ୍ୟାଚ ଖେଳାଯିବ ।

ଉଭୟ ମ୍ୟାଚ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । କୋହଲିଙ୍କ ଅପରାଜେୟ ଧାରାକୁ ରୋକିବାକୁ ଭରପୁର ଉଦ୍ୟମ କରିବେ ଧୋନି । ସନ ରାଇଜର୍ସର ଅଧିନାୟକ ଓ୍ଵାର୍ଣ୍ଣର ପୂର୍ବ ମ୍ୟାଚ ଜିତି ମନୋବଳ ଦୃଢ଼ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.