ଦିନକୁ ଦିନ ଦେଶରେ ବଢିବାକୁ ଲାଗିଛି କରୋନା ସଂକ୍ରମଣ, ସାଢ଼େ ୩ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ

ଦେଶରେ ସାଢ଼େ ୩ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ । ଲଗାତର ଚତୁର୍ଥ ଦିନ ପାଇଁ ୩ ଲକ୍ଷ ଉପରେ କରୋନା ପଜିଟିଭ୍ ସଂଖ୍ୟା ଚିହ୍ନଟ ହୋଇଛନ୍ତି । ସେହିଭଳି ପଞ୍ଚମ ଦିନ ପାଇଁ ୨୦୦୦ ଉପରେ ମୃତ୍ୟୁସଂଖ୍ୟା ରହିଛି ।

ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୯ ହଜାର ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୨ ହଜାର ୭୬୦ ରହିଛି । ଗତ ତିନି ଦିନରେ ୭ ହଜାର ୫୦୦ ବ୍ୟକ୍ତିଙ୍କ ଜୀବନ ଯାଇଛି । ଭାରତର ନୂଆ ପଜିଟିଭ୍ ସଂଖ୍ୟା ବିଶ୍ୱର ଦ୍ୱିତୀୟରେ ଥିବା ଆମେରିକା ସଂଖ୍ୟା ମଧ୍ୟରେ ବଡ ବ୍ୟବଧାନ ଦେଖିବାକୁ ମିଳିଛି ।

Coronavirus on scientific background

ପାକିସ୍ତାନରେ ୫ ହଜାର ୮୭୦ ନୂଆ କେସ୍ ଥିବା ବେଳେ ବାଂଲାଦେଶରେ ୩ ହଜାର ୬୨୯, ନେପାଳରେ ୨ହଜାର ୪୪୯ ଓ ଶ୍ରୀଲଙ୍କାରେ ମାତ୍ର ୯୬୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପ୍ରିଲ ୬ ତାରିଖରୁ ଆଜି ପର୍ଯ୍ୟନ୍ତ ୧ଲକ୍ଷ ତଳକୁ ଆସିନି ଦେଶରେ ପଜିଟିଭ ସଂଖ୍ୟା । ସେହଭିଳି ଏପ୍ରିଲ ୬ ତାରିଖରେ ୬୦୦ ତଳକୁ ରହୁଥିଲା ମୃତ୍ୟୁ ସଂଖ୍ୟା । ମହାରାଷ୍ଟ୍ରରେ ୬୭ ହଜାର ୧୬୦ ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟରେ ରହିଛି ଉତ୍ତରପ୍ରଦେଶ । ଉତ୍ତରପ୍ରଦେଶରେ ନୂଆ ପଜିଟିଭ ସଂଖ୍ୟା ରହିଛି ୩୮ ହଜାର ୫୫ । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୬୭୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦଦ୍ୱିତୀୟରେ ରହିଛି ଦିଲ୍ଲୀ । ମୃତ୍ୟୁସଂଖ୍ୟା ରହିଛି ୩୫୭ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.