Below header

ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଅଛି ଅକ୍ସିଜେନ, ତଥାପି ଦୁଇଟି ପୁରୁଣା କାରଖାନାକୁ ପୁନରୁଦ୍ଧାର କରାଯାଇ ଅମ୍ଲଜାନ ଉତ୍ପାଦନ କରାଯିବ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ରହିଛି ଅକ୍ସିଜେନ୍‌। ଦୈନିକ ୩୫ଟନ୍‌ ଅକ୍ସିଜେନ ଆବଶ୍ୟକ ହେଉଥିବାବେଳେ ଉତ୍ପାଦନ ହେଉଛି ୩୫୦ଟନ୍‌। ଏବେ ୫ଟି କାରଖାନାରୁ ଅମ୍ଲଜାନ ଉତ୍ପାଦନ ହେଉଥିବାବେଳେ ଆଗାମୀ ୧୫ଦିନ ମଧ୍ୟରେ ଆଉ ୨ଟି ପୁରୁଣା କାରଖାନାର ପୁନରୁଦ୍ଧାର କରାଯାଇ ଅମ୍ଲଜାନ ଉତ୍ପାଦନକ୍ଷମ କରାଯିବ ବୋଲି ଶିଳ୍ପବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି। ସୁନ୍ଦରଗଡ଼ସ୍ଥିତ ଆଧୁନିକ ଷ୍ଟିଲ ପ୍ଲାଣ୍ଟ ଓ NINL ଷ୍ଟିଲ ପ୍ଲାଣ୍ଟକୁ ପୁୁନରୁଦ୍ଧାର କରିବାକୁ ଯୋଜନା ରଖିଛନ୍ତି।

ରାଜ୍ୟରେ ଏବେ ଦୈନିକ ୩୦ରୁ ୫୦ଟନ୍‌ ପର୍ଯ୍ୟନ୍ତ ଅମ୍ଲଜାନର ଆବଶ୍ୟକତା ରହିଛି। ଗତ ୨ ଦିନ ଭିତରେ ୨୯ଟି ଟ୍ୟାଙ୍କରରେ ୭ଟି ରାଜ୍ୟକୁ ପଠାଯାଇଛି ୫୧୦ ମେଟ୍ରିକ ଟନ ମେଡିକାଲ ଅକ୍ସିଜେନ । ଅକ୍ସିଜେନ ଟ୍ୟାଙ୍କର ପରିବହନ ବେଳେ ଯେପରି କୌଣସି ଅସୁବିଧା ସୃଷ୍ଟି ନହୁଏ ତାହା ଉପରେ ବରିଷ୍ଠ ପୋଲିସ ଅଧିକାରୀ ନଜର ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.