Below header

ଘରକୁ ଫେରିବାରେ ସାହାଯ୍ୟ କରିଥିବାରୁ ସୋନୁ ସୁଦ୍‌ଙ୍କ ନାଁ ଅନୁସାରେ ପୁଅର ନାମକରଣ କଲେ ମହିଳା

ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଗତ କିଛି ଦିନ ହେବ ହଜାର ହଜାର ପ୍ରବାସୀଙ୍କୁ ତାଙ୍କ ଘରକୁ ପଠାଇବାରେ ସାହାଯ୍ୟ କରୁଛନ୍ତି। ପରଦାରେ ଭିଲେନ୍‌ ଭାବେ ଅଭିନୟ କରୁଥିବା ସୋନୁ ରିୟଲ ଲାଇଫ୍‌ରେ ଜଣେ ହିରୋଙ୍କ ଭଳି ଲୋକଙ୍କୁ ସହାୟତା ପ୍ରଦାନ କରୁଛନ୍ତି। ବସ୍‌ ମାଧ୍ୟମରେ ମୁମ୍ବାଇରେ ଫସିଥିବା ଲୋକଙ୍କୁ ସେ ଘରେ ଛାଡ଼ୁଛନ୍ତି। ତାଙ୍କର ଏହି କାମ ଏବେ ବି ଜାରି ରହିଛି। ଇତି ମଧ୍ୟରେ ସୋନୁ କହିଛନ୍ତି ଯେ ନିକଟରେ ଜଣେ ଗର୍ଭବତୀଙ୍କୁ ସେ ଘରକୁ ପଠାଇବାରେ ସାହାଯ୍ୟ କରିଥିଲେ। ଉକ୍ତ ମହିଳା ଏବେ ତାଙ୍କ ଛୁଆର ନାଁ ସୋନୁ ସୁଦ ରଖିଛନ୍ତି।

Woman asks Sonu Sood to help reach beauty parlour, his hilarious ...

ସୋନୁ ଏନେଇ ନିଜେ ସୂଚନା ଦେଇ କହିଛନ୍ତି ଯେ ମହିଳା ଜଣକ ମତେ ଫୋନ୍‌ କରି କହିଥିଲେ ଯେ ସେ ତାଙ୍କ ଶିଶୁର ନାମ ସୋନୁ ସୁଦ୍‌ ରଖିଛନ୍ତି। ଏହା ଶୁଣି ସୋନୁ ପ୍ରଶ୍ନ କରିଥିଲେ ଆପଣଙ୍କ ଟାଇଟଲ ତ ଶ୍ରୀବାସ୍ତବ ଆପଣ ସୋନୁ ଶ୍ରୀବାସ୍ତବ ରଖିପାରିଥାନ୍ତେ। କିନ୍ତୁ ମହିଳା ଜଣକ କହିଥିଲେ ଯେ ମୁଁ ଶିଶୁର ନାଁ ସୋନୁ ସୁଦ୍‌ ଶ୍ରୀବାସ୍ତବ ରଖିଛି। ଏହି କଥା ଶୁଣି ସୋନୁ ଖୁସି ବ୍ୟକ୍ତ କରିଥିବା କହିଛନ୍ତି।

Sonu Sood arranges chartered flight for 177 migrant workers stuck ...

ସୂଚନାଯୋଗ୍ୟ ଯେ ସୋନୁ ସୁଦ୍‌ ନିଜ ଆଡ଼ୁ ପ୍ରବାସୀଙ୍କୁ ସହାୟତାର ହାତ ବଢ଼ାଇଥିଲେ। ସେ କହିଛନ୍ତି ଯେ ମୁଁ ଯେତେବେଳେ ମହିଳାଙ୍କ କାଖରେ ଛୁଆକୁ ଧରି ଚାଲି ଚାଲି ଯାଉଥିବା ଦେଖିଲି ସେତେବେଳେ ମତେ ବହୁତ ଖରାପ ଲାଗିଥିଲା। ଏମାନେ ହିଁ ଆମ ରାସ୍ତାଘାଟ, ଘର ତିଆରି କରିଛନ୍ତି। ଏଣୁ ମୁଁ ଏମାନଙ୍କୁ ସାହାଯ୍ୟ କରିବାକୁ ସ୍ଥିର କରଥିଲି। ଏଥିପାଇଁ ସ୍ଥାନୀୟ, ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଥିଲି ବୋଲି କହିଛନ୍ତି ସୋନୁ ସୁଦ୍‌। ପ୍ରକାଶ ଯେ, ଗତକାଲି ସୋନୁଙ୍କ ପ୍ରଚେଷ୍ଟାକ୍ରମେ ୧୭୦ ଜଣ ଯୁବତୀ ଓଡ଼ିଶା ଫେରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.