ଉବେର ନଷ୍ଟ କଲା ୧୦ ହଜାର ଇ-ବାଇକ ଏବଂ ସ୍କୁଟର, ଜାଣନ୍ତୁ କାହିଁକି

ଆମେରିକାର ନର୍ଥ କେରୋଲିନାରୁ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ସେଠାରୁ ଏକ ଭିଡିଓ ଭାଇରଲ ହୋଇଛି, ଯେଉଁଥିରେ ହଜାର ହଜାର ଇଲେଟ୍ରିକ ସ୍କୁଟର ଏବଂ ବାଇକ ଗୋଟେ ସ୍ଥାନରେ ପଡି ନଷ୍ଟ ହେଉଥିବା ଦେଖିବାକୁ ମିଳିଛି। କିନ୍ତୁ କାହିଁକି, ଏହା ପଛର କାରଣ କ’ଣ।

ରିପୋର୍ଟ ମୁତାବକ, ଉବେର ୧୦ ହଜାର ଇଲେଟ୍ରିକ ବାଇକକୁ ନଷ୍ଟ କରିଛି। ଏହିସବୁ ବାଇକ୍‌କୁ ନୂଆ ଲୁକ୍‌ ଏବଂ ରକ୍ଷଣାବେକ୍ଷଣକୁ ଦୃଷ୍ଟିରେ ରଖି ଏହି କମ୍ପାନୀ କରିଛି ବୋଲି ଜଣାପଡିଛି। କମ୍ପାନୀ ପୁରୁଣା ମଡେଲକୁ ନୂଆ ଲୁକ୍‌ ଦେବା ପାଇଁ ଏପରି କରିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଛି। କମ୍ପାନୀ ଏଭଳି ନିଷ୍ପତ୍ତିରେ ଅନେକ ଲୋକ ଖୁସି ନାହାନ୍ତି। ଉବେର ମଇ ୭ ତାରିଖରେ ଏକ ଲିମା ସହିତ ଏକ ଡିଲ କରିଥିଲା। ଯେଉଁଥିରେ ଉବେର ୧୭୦ ଡଲାର ନିବେଶ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.