ଦୁଇ ଦିନ ପୂର୍ବରୁ ମୌସୁମୀ ଛୁଇଁଲା କେରଳ : ସ୍କାଏମେଟ୍

ନୂଆଦିଲ୍ଲୀ:ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁଛି।  ସ୍କାଏମେଟ ଦ୍ୱାରା ଏନେଇ ସୂଚନା ଦିଆଯାଇଛି | ସ୍କାଏମେଟ କହିଛି ଯେ ଜୁନ୍ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ମୌସୁମୀ ଅବତରଣ କରିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ଭାରତରେ ହଠାତ୍ ପହଁଚିଛି । ଚାରିମାସର ବର୍ଷା ଋତୁ ଆରମ୍ଭ ତାରିଖ ପୂର୍ବରୁ ଏହା କେରଳରେ ପହଞ୍ଚିଛି ​​|

ମୌସୁମୀ ଆସିଲେ ସାଧାରଣ ଭାବେ ବର୍ଷା ହେବା, ପବନର ବେଗ ଅଧିକ ହେବା ଆଦି ବିଭିନ୍ନ ପାଣିପାଗ ସମ୍ବନ୍ଧୀୟ ପରିବର୍ତ୍ତନ ଦେଖାଯାଇଥାଏ | ଶେଷରେ, ଭାରତୀୟଙ୍କ ପାଇଁ ୪ ମାସର ବର୍ଷା ପର୍ବ ଆରମ୍ଭ ହୋଇଯାଇଛି | ଆଜି ମୌସୁମୀ ଆସିବାପରେ ଏକ ଟ୍ୱିଟର ପୋଷ୍ଟରେ ସ୍କାଏମେଟ କହିଛି ଯେ #HappyMonsoon।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.