Below header

ଗରିବଙ୍କ ଦେବଦୂତ ସୋନୁ ସୁଦ୍‌ଙ୍କୁ କରୋନା, ଟ୍ଵିଟ୍‌ କରି ନିଜେ ଦେଲେ ସୂଚନା

ଅଭିନେତା ସୋନୁ ସୁଦ୍‌ଙ୍କୁ କରୋନା। କରୋନା କାଳରେ ଗରିବଙ୍କ ପାଇଁ ଦେବଦୂତ ସାଜିଥିବା କରୋନା ସଂକ୍ରମିତ ହୋଇଥିବା ନେଇ ନିଜେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ସେ ସମସ୍ତ ସାବଧାନତା ଅବଲମ୍ବନ କରିବା ସହ ନିଜକୁ କ୍ୱାରେଣ୍ଟାଇନ୍‌ କରିଥିବା କହିଛନ୍ତି।

ସୋନୁ ସୁଦ୍‌ ଟ୍ଵିଟ୍‌ କରି ଲେଖିଛନ୍ତି, ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ଆଜି ସକାଳେ ମୋ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି। ମୁଁ ସମସ୍ତ ସାବଧାନତା ଅବଲମ୍ବନ କରିବା ସହ ନିଜକୁ କ୍ୱାରେଣ୍ଟାଇନ୍‌ କରିଛି ଓ ନିଜର ଯତ୍ନ ନେଉଛି। କିନ୍ତୁ ଚିନ୍ତା କରନ୍ତୁ ନାହିଁ ଏହା ଦ୍ୱାରା ମୋତେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ସମୟ ମିଳିବ। ମନେ ରଖନ୍ତୁ ମୁଁ ସବୁବେଳେ ଆପଣଙ୍କ ସହ ଅଛି।

ସୂଚନାଯୋଗ୍ୟ ଯେ ସୋନୁ ସୁଦ୍‌ ୨୦୨୦ରେ ଲାଗିଥିବା କରୋନା ଲକ୍‌ଡାଉନ୍‌ ବେଳେ ଲୋକଙ୍କୁ ଅନେକ ସାହାଯ୍ୟ କରିଛନ୍ତି। ନିଃସ୍ୱାର୍ଥପର ସାହାଯ୍ୟ କରି ସୋନୁ ସମସ୍ତଙ୍କ ହୃଦୟ ଜିତି ଯାଇଛନ୍ତି। ଏବେ ବି ସେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଏଥିସହ ଲୋକଙ୍କ ଚିକିତ୍ସା ପାଇଁ ବି ଆର୍ଥିକ ସହଯୋଗ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.