Below header

କରୋନାରୁ ସୁସ୍ଥ ହେଲେ କ୍ୟାଟ୍ରିନା କୈଫ୍‌, ସୋସିଆଲ ମିଡିଆରେ ସେୟାର କଲେ ଖୁସି ଖବର

କରୋନା କବ୍ଜାକୁ ସାଧାରଣ ଲୋକଙ୍କ ସମେତ ଅନେକ ବଡ଼ ବଡ଼ ସେଲିବ୍ରିଟି ମଧ୍ୟ ଆସିଛନ୍ତି। ଏହି ତାଲିକାରେ କ୍ୟାଟ୍ରିନା କୈଫ୍‌ ବି ସାମିଲ ହୋଇଥିଲେ। କିନ୍ତୁ ଏବେ କ୍ୟାଟ୍‌ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛନ୍ତି। କ୍ୟାଟ୍ରିନାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି। ଏ ନେଇ ନିଜ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି କ୍ୟାଟ୍ରିନା।

କ୍ୟାଟ୍ରିନା ଏକ ସ୍ମାଇଲିଂ ଫେସ୍‌ ଫଟୋ ସେୟାର କରି କ୍ୟାପ୍‌ସନ୍‌ରେ ଲେଖିଛନ୍ତି- ନେଗେଟିଭ୍‌, ଯେଉଁମାନେ ମୋ ପାଇଁ ପ୍ରାର୍ଥନା କରିଛନ୍ତି ସେ ସମସ୍ତଙ୍କୁ ମୋର ଧନ୍ୟବାଦ। ଏହି କ୍ୟାପସନ୍‌ ସହ ସେ ଏକ ୟେଲୋ ହାର୍ଟ ଓ ସନ୍‌ସାଇନ୍‌ ଇମୋଟିକନ୍‌ ସେୟାର କରିଛନ୍ତି। ସେ ହଳଦିଆ ରଙ୍ଗ ମାଧ୍ୟମରେ ଏକ ନୂତନ ଆରମ୍ଭ ଆଡ଼କୁ ଇଶାରା କରିଛନ୍ତି।

 

View this post on Instagram

 

A post shared by Katrina Kaif (@katrinakaif)

କ୍ୟାଟ୍ରିନାଙ୍କ ପୂର୍ବରୁ ଆଲିଆ ଭଟ୍ଟ ଓ ଭିକ୍କି କୌଶଲଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍‌ ଆସିଛି। ସେମାନେ ମଧ୍ୟ ସୋସିଆଲ ମିଡିଆରେ ଫଟୋ ସେୟାର କରି ଫ୍ୟାନ୍‌ଙ୍କୁ ଏହି ଖୁସି ଖବର ଦେଇଥିଲେ। ଏବେ ସମସ୍ତେ କରୋନାରୁ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଆଜି ଅଭିନେତା ସୋନୁ ସୁଦ୍‌ଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ଏନେଇ ସେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.