ଲାଲୁ ଯାଦବଙ୍କୁ ବଡ଼ ଆଶ୍ୱସ୍ତି, ବହୁଚର୍ଚ୍ଚିତ ଚାରା ଘୋଟାଲା ମାମଲାରେ ମିଳିଲା ସର୍ତ୍ତମୂଳକ ଜାମିନ

ଲାଲୁ ଯାଦବଙ୍କୁ ବଡ଼ ଆଶ୍ୱସ୍ତି । ବହୁଚର୍ଚ୍ଚିତ ଚାରା ଘୋଟାଲା ମାମଲାରେ ଲାଲୁ ପ୍ରସାଦଙ୍କୁ ଜାମିନ । ଡୁମକା ଟ୍ରେଜେରୀ ମାମଲାରେ ଜାମିନ ଦେଇଛନ୍ତି ଝାଡଖଣ୍ଡ ହାଇକୋର୍ଟ । ୧ଲକ୍ଷ ଟଙ୍କାର ମୁଚାଲିକା ବଦଳରେ ଜାମିନ ମିଳିଛି । ଦୀର୍ଘଦିନ ଧରି ଏହି ମାମଲାର ଶୁଣାଣି ଚାଲୁରହିଥିଲା । ଏପ୍ରିଲରେ ଶୁଣାଣି ମଧ୍ୟ ହେବାର ଥିଲା । ତେବେ ସିବିଆଇ ଜବାବ ଦାଖଲ କରିବାକୁ ସମୟ ମାଗିଥିଲେ । ଆଜି ଏହି ମାମାଲାର ଶୁଣାଣି କରି ରାୟ ଶୁଣାଇଛନ୍ତି କୋର୍ଟ । ତେବେ ସର୍ତ୍ତମୂଳକ ଜାମିନ ଦେଇଛନ୍ତି କୋର୍ଟ । ପୂର୍ବରୁ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ଜାମିନ ମିଳିଥିଲା ।

ସର୍ତ୍ତ ମୁତାବିକ୍ ଲାଲୁ ଦେଶ ଛାଡି ବିଦେଶ ଯାଇପାରିବେ ନାହିଁ । ଏହାସହ ନିଜର ନାମ ଓ ଫୋନ ନମ୍ୱର ବି ବଦଳାଇପାରିବେନି । ସେହିପରି ଡୁମ୍କା ଟ୍ରେଜେରୀରୁ ୩.୧୩ କୋଟି ଟଙ୍କା ପ୍ରତ୍ୟାହାର, ଖାଉଟି ସ୍କାମ ମାମଲା ସହ ଜଡିତ ଅନ୍ୟ ମାମଲାରେ ଲାଲୁ ଯାଦବଙ୍କୁ ଜାମିନ ମିଳିସାରିଛି । ଏବେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବେ ଦିଲ୍ଲୀ ଏମସ୍‌ରେ ଚିକିତ୍ସାଧୀନ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.