ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଗରମ ପାଣିରେ ଦୁଇଟି ଲବଙ୍ଗ ମିଶାଇ ଖାଆନ୍ତୁ, ମିଳିବ ଜବରଦସ୍ତ ଫାଇଦା

ସାଧାରଣତଃ ଲବଙ୍ଗ ଭାରତୀୟ ମସଲା ମଧ୍ୟରେ ଅନ୍ଯତମ। ଲବଙ୍ଗ ପ୍ରତି ଖାଦ୍ଯର ସ୍ବାଦ ବଢାଇଥାଏ ସେତିକି ନୁହେଁ ବରଂ ଖାଦ୍ଯର ପୌଷ୍ଟିକତା ବଢାଏ। ଲବଙ୍ଗ ଆର୍ୟୁବେଦରେ ଔଷଧିୟ ଗୁଣ ଯୋଗୁଁ ପୁରାତନ ଯୁଗରୁ ବ୍ଯବହାର ହୋଇ ଆସୁଛି।

ନିୟମିତ ରୂପେ ଏହାର ବ୍ଯବହାର କରିବା ଦ୍ବାରା ଅନେକ ପେଟ ରୋଗ ସହିତ ଦାନ୍ତ ରୋଗ, ଥଣ୍ଟି ଦରଜ ସମସ୍ଯାର ସାମାଧାନ କରିଥାଏ। ଏଥିରେ ଭିଟାମିନି ଇ, ଭିଟାମିନ ସି, ଫୋଲେଟ, ଭିଟାମିନ ଏ, ଥିୟାମିନ, ଭିଟାମିନ ଡି, ଓମେଗା ୩ ଏବଂ ଫ୍ଯାଟି ଏସିଡ ସହିତ ଅନ୍ଯ ଆଣ୍ଟି ବ୍ଯାକ୍ଟେରିଆଲ ଗୁଣ ରହିଥାଏ।

ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ଗରମ ପାଣିରେ ଦୁଇଟି ଲବଙ୍ଗ ମିଶାଇ ଖାଆନ୍ତୁ, ଆଉ ଜାଣନ୍ତୁ କ’ଣ ଫାଇଦା ମିଳିବ..

ରାତିରେ ଲବଙ୍ଗ ଖାଇ ଶୋଇବା ଦ୍ବାରା ପେଟ ସମସ୍ଯା, କୋଷ୍ଠକାଠିନ୍ଯ, ଡାଇରିଆ, ଏସିଡିଟି ଦୂର କରିବାରେ ସହାୟକ ହୋଇଥାଏ। ଏହାଦ୍ବାରା ଆପଣଙ୍କ ପାଚନ କ୍ରିୟାରେ ସୁଧାର ଆସିବ।

clove4

ଗରମ ପାଣି ସହିତ ଲବଙ୍ଗ ଖାଇବା ଦ୍ବାରା ଦାନ୍ତ ଦରଜ ଦୂର ହୋଇଥାଏ।

ଥଣ୍ଟି ଦରଜ ଦୂର କରିବା ପାଇଁ ଲବଙ୍ଗ ସାହାଯ୍ଯ କରିଥାଏ।

ହାତ ଏବଂ ଗୋଡ ଦରିବା ସମସ୍ଯା ଥିଲେ ଲବଙ୍ଗ ଆପଣଙ୍କୁ ଏଥିରୁ ରକ୍ଷା କରିବ।