କୋହଲି ଓ ସଚିନଙ୍କ ବ୍ୟାଟ୍ ନିର୍ମାତା ମେଡିକାଲରେ ଭର୍ତ୍ତି, କେହି ସାହାଯ୍ୟ ନ କରିବାରୁ ସୋନୁ ସୁଦ ବଢ଼ାଇଲେ ସହାୟତାର ହାତ

ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲି ଓ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପାଇଁ ବ୍ୟାଟ ତିଆରି କରୁଥିବା ଅସରଫ ଚୌଧୁରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ମୁତାବକ ତାଙ୍କର କିଡନୀ ସମସ୍ୟା ରହିଛି। ମାତ୍ର ଚିକିତ୍ସା ପାଇଁ ଅସରଫଙ୍କ ପାଖରେ ଅର୍ଥ ଅଭାବ ରହିଛି। ଅସରଫ ଚିକିତ୍ସା ପାଇଁ ସାହାଯ୍ୟ ମାଗିବା ପରେ ଅଭିନେତା ସୋନୁ ସୁଦ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି।

Sonu Sood offers help to ailing Ashraf Chaudhary, who repaired ...

ଅସରଫଙ୍କ ଅବସ୍ଥା ଗୁରୁତର ଥିବା ଖବର ସାମ୍ନାକୁ ଆସିବା ପରେ କୌଣସି କ୍ରିକେଟର ସାହାଯ୍ୟ ନ କରିବାରୁ ଜଣେ ବ୍ୟକ୍ତି ଏନେଇ ସୋନୁଙ୍କୁ ଜଣାଇଥିଲେ। ସୋନୁ ଉକ୍ତ ମେସେଜର ଉତ୍ତର ଦେବା ସହ ଅସରଫଙ୍କୁ ସାହାଯ୍ୟ କରିବାକୁ ହଁ ଭରିଛନ୍ତି। ସୋନୁ ଲେଖିଛନ୍ତି ଏ ଭାଇଙ୍କ ଠିକଣା ଖୋଜ।

ସୂଚନାଯୋଗ୍ୟ ଯେ କରୋନା ଲକଡାଉନ ବେଳେ ସୋନୁ ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବାରେ ସାହାଯ୍ୟ କରିଛନ୍ତି। କେବଳ ଏତିକି ନୁହେଁ ଘର ନଥିବା ତଥା ଅନାଥ ପିଲାଙ୍କୁ ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି ସୋନୁ। ଏଣୁ ସୋନୁଙ୍କୁ ପ୍ରବାସୀଙ୍କ ଭଗବାନ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.