ଇଂଜିନିୟରିଂ ପାସ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ECIL ରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେବେ ଯାଏଁ କରିପାରିବେ ଆବେଦନ

ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ(ECIL), ହାଇଦ୍ରାବାଦରେ ଖାଲି ପଡ଼ିଛି ୩୫୦ଟି ପଦବୀ। ଏସବୁ ପଦରେ ନିଯୁକ୍ତି କଣ୍ଟ୍ରାକ୍ଟରେ ଦିଆଯିବ। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଅଗଷ୍ଟ ୩୦ ପୂର୍ବରୁ ଆବେଦନ କରିପାରିବେ।

ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ଇଲେକ୍ଟ୍ରୋନିକ୍ସ ଆଣ୍ଡ ଟେଲିକମ୍ୟୁନିକେସନ କିମ୍ବା ଇଲେକ୍ଟ୍ରୋନିକ୍ସ ଇଂଜିନିୟରିଂ କିମ୍ବା ଇଲେକ୍ଟ୍ରୋନିକ୍ସ ଓ ଇଂସ୍ତ୍ରୁମେଟେସନରେ ପ୍ରଥମ ଶ୍ରେଣୀ ବା ୬୦ ପ୍ରତିଶତ ମାର୍କ ଥିବା ଆବଶ୍ୟକ। ଚୟନ ହେବା ପରେ ପ୍ରାର୍ଥୀମାନେ ଦେଶର ବିଭିନ୍ନ ସ୍ଥାନରେ କାମ କରିପାରିବେ।

ଆବେଦନ କରୁଥିବା ପ୍ରାର୍ଥୀଙ୍କର ଏହି ବିଷୟରେ ସର୍ବନିମ୍ନ ୧ ବର୍ଷ ଅନୁଭବ ଥିବା ଆବଶ୍ୟକ। ଇଂଜିନିୟରିଂ ଡିଗ୍ରୀରେ ମିଳିଥିବା ନମ୍ବର ଆଧାରରେ ଏହି ଚୟନ ହେବ।

ସିଲେକ୍ଟ ହେବା ପରେ ପ୍ରାର୍ଥୀଙ୍କୁ ଡକ୍ୟୁମେଣ୍ଟ ଭେରିଫାଇ କରିବାକୁ ପଡ଼ିବ। ସମସ୍ତ ପ୍ରକ୍ରିୟାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ଏହି ନିଯୁକ୍ତି ମିଳିବ।

ECIL ହାଇଦ୍ରାବାଦ-୨୦୦ ପଦ
ECIL ନୂଆଦିଲ୍ଲୀ-୪୦ ପଦ
ECIL ବେଙ୍ଗାଲୁରୁ-୫୦ ପଦ
ECIL ମୁମ୍ବାଇ-୪୦ ପଦ
ECIL କୋଲକାତା-୨୦ ପଦ

You might also like