ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ସପ୍ଲାଇ ଇନ୍ସପେକ୍ଟର

ଗଜପତି: ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ସପ୍ଲାଇ ଇନ୍ସପେକ୍ଟର । ଗଜପତି ଜିଲ୍ଲା ନୂଆଗଡ଼ା ବ୍ଲକରେ କାର୍ଯ୍ୟରତ ସପ୍ଲାଇ ଇନ୍ସପେକ୍ଟର ସବ୍ୟସାଚୀ ମହାପାତ୍ର ତାଙ୍କ ସରକାରୀ ବାସ ଭବନରେ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି । ଅଭିଯୋଗ ମୁତାବକ ଗଂଜାମ ଜିଲ୍ଲା ଧରାକୋଟ ପୋଲିସ ଷ୍ଟେସନ ଅନ୍ତର୍ଗତ ଯାହାଡ଼ା ଗ୍ରାମ ନିବାସୀ ଶ୍ରୀ ଶିବ ପୋଲାଇଙ୍କ ଠାରୁ ଏକ ଜରୁରୀ ବିଲ ପାସ କରାଇଦେବା ନେଇ ଲାଞ୍ଚ ନେଉଥିଲେ ।

କୌଣସି ସୂତ୍ରରୁ ସୁଯୋଗ ପାଇ ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଂଚିଥିଲେ । ସୂଚନା ମୁତାବକ ଅଭିଯୁକ୍ତ ସପ୍ଲାଇ ଇନ୍ସପେକ୍ଟର ସବ୍ୟସାଚୀ ନିଜ ଡାହାଣ ହାତରେ ଲାଞ୍ଚ ଟଙ୍କା ଗ୍ରହଣ କରିଥିବା ବେଳେ ଦୁଇ ହାତରେ ସେଗୁଡିକୁ ଗଣିଥିଲେ । ପରେ ନିଜ ମନିପର୍ସରେ ସେସବୁକୁ ରଖିଥିଲେ । ଠିକ ଏହି ସମୟରେ ସେ ଅଧିକାରୀଙ୍କ ହାତରେ ଧରା ପଡିଥିବା ବେଳେ ଲାଞ୍ଚ ଟଙ୍କାକୁ ଜବତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.