Below header

ପୁଣି କାଶୀ ନାବିକମାନଙ୍କ ହୃଦୟ ଜିତିଲେ ସୋନୁ ସୁଦ୍‌, କହିଲେ କେହି ରହିବେନି ଭୋକିଲା

ବାରଣାସୀ : ଲକ୍‌ଡାଉନ୍‌ ଓ ବନ୍ୟା ପ୍ରପୀଡିତ ବାରଣାସୀରେ ଡଙ୍ଗା ଉପରେ ନିର୍ଭର କରୁଥିବା ନାବିକମାନଙ୍କ ଅବସ୍ଥା ଏବେ ଘୋର ସଂକଟ ଦେଇ ଗତି କରୁଛି । କାଶୀର ଜଣେ ଦିବ୍ୟାଂଶୁ ବ୍ୟକ୍ତି ତାଙ୍କର ଅସୁବିଧା ସମ୍ପର୍କରେ ସୋନୁ ସୁଦ୍‌ଙ୍କୁ ଟ୍ଵିଟ୍‌ କରିବାର ମାତ୍ର ୪୦ ମିନିଟ୍‌ ମଧ୍ୟରେ ସହାୟତା କରିଥିଲେ ସୋନୁ ସୁଦ୍‌ ।

ମିଳିଥିବା ଖବର ଅନୁଯାୟୀ, ୩୫୦ ନାବିକ ଓ ତାଙ୍କ ପରିବାରଙ୍କ ପାଇଁ ରାସନ ସାମଗ୍ରୀ ନେଇ କାଶୀ ପହଞ୍ଚୁଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ । ଏହି ଖବର ସେ ତାଙ୍କ ନିଜ ଟ୍ଵିଟ୍‌ର ଏକାଉଣ୍ଟରେ ଦେଇଛନ୍ତି । ଲକ୍‌ଡାଉନ୍‌ ପରଠୁ ସୋନୁ ସୁଦ୍‌ ଅସୁବିଧାରେ ଥିବା ଲୋକଙ୍କୁ ତାଙ୍କର ସହଯୋଗ ଜାରି ରଖିଛନ୍ତି । କେଉଁଠି ବାହାର ଦେଶରେ ଫସି ରହିଥିବା ଲୋକଙ୍କ ପାଇଁ ହେଉ ତ କେଉଁଠି ଭୋକିଲା ରହିଥିବା ଲୋକଙ୍କ ପାଇଁ, ସମସ୍ତଙ୍କୁ ସେ ସାହାଯ୍ୟର ହାତ ବଢ଼ାଇ ଆସିଛନ୍ତି ।

sonu tweet

କିଛିଦିନ ହେବ ହୋପ୍‌ ଫାଉଣ୍ଡେସନ୍‌ ଦିବ୍ୟାଂଶୁ ତରଫରୁ କାଶୀର ଏହି ନାବିକ ପରିବାରଙ୍କୁ ରାସନ ସାମଗ୍ରୀ ଦିଆ ଯାଉଥିଲା । ମାତ୍ର କିଛି ଦିନ ପରେ ଫାଉଣ୍ଡେସନ୍‌ ଅକ୍ଷମତା ପ୍ରକାଶ କରି ନାବିକମାନଙ୍କ ସହାୟତା ପାଇଁ ସୋନୁ ସୁଦ୍‌ଙ୍କୁ ଟ୍ଵିଟ୍‌ କରିଥିଲେ । ଟ୍ଵିଟ୍‌ ପାଇବାର ମାତ୍ର ୪୦ ମିନିଟ୍‌ ପରେ ସୋନୁ ସୁଦ୍‌ଙ୍କ ପାଖରୁ ରିଟ୍ଵିଟ୍‌ ଆସିଥିଲା । ସେ ତାଙ୍କ ଟ୍ଵିଟ୍‌ରେ ଲେଖିଥିଲେ ‘ଆଜି ପରଠୁ ୩୫୦ ପରିବାର ଭୋକିଲା ରହିବେ ନାହିଁ’ ।

ସୋନୁ ସୁଦ ଫୋନ୍‌ କରି ଉକ୍ତ ପରିବାରଙ୍କ ଲିଷ୍ଟ ମାଗିଛନ୍ତି ବୋଲି ଦିବ୍ୟାଂଶୁ ଫାଉଣ୍ଡେସନ୍‌ କହିଛି । ମୋର ଟ୍ଵିଟ୍‌କୁ ଖୁବ୍‌ ଶୀଘ୍ର ଉତ୍ତର ଦେଇଥିବାରୁ ମୁଁ ସୋନୁ ସାର୍‌ଙ୍କ ପାଖରେ ଋଣୀ ବୋଲି ଦିବ୍ୟାଂଶ ଫାଉଣ୍ଡେସନ୍‌ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.