ଆଜି ରାଜଧାନୀରୁ ୩୦୭ ନୂଆ ଆକ୍ରାନ୍ତ ଚିନ୍ହଟ, ୩୦୧ ସୁସ୍ଥ

ଭୁବନେଶ୍ୱର (କେ ନ୍ୟୁଜ): ଆଜି ରାଜଧାନୀରୁ ୩୦୭ ନୂଆ ପଜିଟିଭ ଚିହ୍ନଟ । ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୧୦୭୩୨କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛନ୍ତି ବିଏମସି କତ୍ତୃପକ୍ଷ । ଆକ୍ରାନ୍ତଙ୍କ ମଧ୍ୟରୁ ୬୬୩୫ ଜଣ ସୁସ୍ଥ ହୋଇଥିବା ବେଳେ ୪୦୪୩ ଟି ଆକ୍ଟିଭ କେଶ ରହିଛି । ଯେବେକି ୪୨ ଜଣଙ୍କ ଜୀବନ ନେଇସାରିଲାଣି ଏହି ମାରାତ୍ମକ ଭାଇରସ । ଆଜିର ଚିହ୍ନଟଙ୍କ ମଧ୍ୟରୁ ୧୩୫ ଜଣ ପୂର୍ବରୁ କ୍ଵାରିଣ୍ଟିଂନ ସେଣ୍ଟରରେ ଥିବା ବେଳେ ୧୭୨ ଜଣ ଲୋକାଲ କଣ୍ଟକଟରୁ ଆକ୍ରାନ୍ତ ହୋଇଥିବା ଜଣାଯାଇଛି ।

ଅନ୍ୟପକ୍ଷରେ ଆଜି ସହରରୁ ୩୦୧ ଜଣ ସୁସ୍ଥ ହୋଇଛନ୍ତି । ସୂଚନା ମୁତାବକ ୧୩୫ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଷରେ ଆସି ସଂକ୍ରମିତ ହୋଇଥିବା ଜଣାଯାଇଛି । ଆଜି ପୂର୍ବାହ୍ନରେ ରାଜ୍ୟରେ ୩୦୨୫ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୬୬୬ ଜଣ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.