Below header

ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି ଦ୍ରିଶ୍ୟମ ଫେମ୍‌ ଅଭିନେତ୍ରୀ ମୀନା ! ଧନୁଷଙ୍କ ସହିତ କରିପାରନ୍ତି ବିବାହ

ସାଉଥ ଅଭିନେତ୍ରୀ ମୀନା ତାମିଲ ସୁପରଷ୍ଟାର ଧନୁଷଙ୍କୁ କରିପାରନ୍ତି ବିବାହ ! ଦୁହିଁଙ୍କ ସଂପର୍କକୁ ନେଇ ଚାଲିଛି ଚର୍ଚ୍ଚା । ମୀନାଙ୍କ ସ୍ୱାମୀ ମୃତ୍ୟୁବରଣ କରିବା ପରେ ପୁଣି ଥରେ ଘର ସଂସାର କରିବା ପାଇଁ ମନ ବଳାଇଛନ୍ତି ଅଭିନେତ୍ରୀ ।

ସାଉଥ ଅଭିନେତ୍ରୀ ମୀନା ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ସ୍ୱାମୀଙ୍କ ମୃତ୍ୟୁ ପରେ ଦ୍ୱିତୀୟ ଥର ଘର ବସାଇବା ପାଇଁ ଅଭିନେତ୍ରୀ ମନ ବଳାଇଛନ୍ତି । ତାଙ୍କ ଠାରୁ ୭ ବର୍ଷ ସାନ ଜଣେ ସେଲିବ୍ରିଟିଙ୍କ ସହିତ ବିବାହ କରିପାରନ୍ତି ମୀନା । ତେବେ ଏପର୍ଯ୍ୟନ୍ତ ଅଫିସିଆଲ କିଛି ଜଣାପଡିଛି ।

ଏହି ବର୍ଷ ମୀନାଙ୍କ ସ୍ୱାମୀ ବିଦ୍ୟା ସାଗର କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଛି। ସ୍ୱାମୀଙ୍କ ମୃତ୍ୟୁ ପରେ ମୀନା ନିଜ ଝିଅ ସହିତ ଏକୁଟିଆ ରହୁଛନ୍ତି । ମୀନା ସ୍ୱାମୀଙ୍କ ମୃତ୍ୟୁ ଦୁଃଖରୁ ବାହାରି ନିଜ କାମରେ ମନ ଲଗାଇଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ନିଜର ପ୍ରଫେସନାଲ ଟ୍ରାକକୁ ଫେରିଛନ୍ତି ମୀନା । ଏବେ ନିଜ ବନ୍ଧୁ ଏବଂ ସଂପର୍କୀୟଙ୍କ ସହିତ ମିଶୁଛନ୍ତି । ଏହା ମଧ୍ୟରେ ବଡ ନିଷ୍ପତ୍ତି ନେଇଛନ୍ତି । ୪୬ ବର୍ଷୀୟ ମୀନାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ଉପରେ ଦ୍ୱିତୀୟ ବିବାହ ପାଇଁ ବାପା ମା’ ବାଧ୍ୟ କରୁଛନ୍ତି । ଝିଅର ଭବିଷ୍ୟ ସୁଧାର ହେବା ପାଇଁ ଜଣେ ବାପା ନିହାତି ଜରୁରୀ ବୋଲି ମୀନାଙ୍କ ବାପା ମା କହିଛନ୍ତି । କିନ୍ତୁ ମୀନା ଦ୍ୱିତୀୟ ବିବାହ କରିବାକୁ ମନା କରୁଛନ୍ତି ।

ମୀନା ଜଣେ ସଂପର୍କୀୟଙ୍କ ସହିତ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ନିକଟ ସଂପର୍କୀୟଙ୍କ ସହିତ ବିବାହ କଲେ ତାଙ୍କ ଜୀବନ ସୁଧୁରିଯିବ ବୋଲି ପରିବାର ଲୋକେ କହିଛନ୍ତି । ତେବେ ମୀନା ତାମିଲ ସୁପରଷ୍ଟାର ଧନୁଷଙ୍କ ସହିତ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଗତ କିଛିଦିନ ହେଲାଣି ଦୁହିଁଙ୍କର ଲିଙ୍କଅପ୍‌ ନେଇ ଗୁଜବ ଉଠିଥିଲା। ତେବେ ଯଦି ଏହା ସତ ହୋଇଥାଏ, ଦୁହେଁ ଜୁନ ଜୁଲାଇରେ ବିବାହ କରିପାରନ୍ତି । ଧନୁଷ ମଧ୍ୟ ଦ୍ୱିତୀୟ ବିବାହ କରିବେ । ତାଙ୍କର ଦୁଇଟି ପିଲା ରହିଛନ୍ତି । ଧନୁଷ ଏବଂ ମୀନାଙ୍କ ବୟସ ମଧ୍ୟରେ ଅନ୍ତର ୭ ବର୍ଷ ରହିଛି ।

ମୀନରା ୨୦୦୯ରେ ସଫ୍ଟେଓ୍ଵୟାର ଇଂଜିନିୟର ବିଦ୍ୟାସାଗରଙ୍କୁ ବିବାହ କରିଥିଲେ । ୨୮ ଜୁନ୍‌, ୨୦୨୨ରେ ମୀନାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ତେବେ ସ୍ୱାମୀଙ୍କ ମୃତ୍ୟୁ ପରେ ଆଉ ଥରେ ଘର ସଂସାର କରିବାକୁ ମନ ବଳାଇଛନ୍ତି ମୀନା । ମୀନାଙ୍କ ଝିଅ ମଧ୍ୟ ଫିଲ୍ମରେ ଶିଶୁ କଳାକାର ଭାବେ କାମ କରିସାରିଛନ୍ତି । ୨୦୧୬ରେ ତାମିଲ ଫିଲ୍ମ ‘ଥେରି’ରେ ଥଲାପତି ବିଜୟଙ୍କ ସହିତ ନଜର ଆସିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.