Below header

୯.୫୯ କୋଟି ଗ୍ରାହକଙ୍କ ପାଇଁ ଖୁସି ଖବର, ଗୋଟେ ବର୍ଷରେ ମିଳିବ ଏତିକି ସିଲିଣ୍ଡର

ଉଜ୍ଜ୍ୱଳା ଯୋଜନାର ଗ୍ରାହକଙ୍କୁ ସରକାର ଦେଲେ ବଡ ଉପହାର । ସରକାର ୯.୫୯ କୋଟି ଗ୍ରାହକଙ୍କୁ ରନ୍ଧନ ଗ୍ୟାସ ଉପରେ ସବସିଡି ମିଳିବା ନେଇ କରିଛନ୍ତି ବଡ ଘୋଷଣା । ଗ୍ରାହକଙ୍କୁ ମିଳୁଥିବା ସବସିଡିକୁ ଆହୁରି ୧ ବର୍ଷ ପାଇଁ ମିଳିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

ଉଜ୍ଜ୍ୱଳା ଯୋଜନାର ଗ୍ରାହକଙ୍କୁ ସରକାର ଦେଲେ ବଡ ଉପହାର । ସରକାର ୯.୫୯ କୋଟି ଗ୍ରାହକଙ୍କୁ ରନ୍ଧନ ଗ୍ୟାସ ଉପରେ ସବସିଡି ମିଳିବା ନେଇ କରିଛନ୍ତି ବଡ ଘୋଷଣା । ଗ୍ରାହକଙ୍କୁ ମିଳୁଥିବା ସବସିଡିକୁ ଆହୁରି ୧ ବର୍ଷ ପାଇଁ ମିଳିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଅର୍ଥାତ୍‌ ଏବେ ପ୍ରତି ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ଆଗାମୀ ଗୋଟେ ବର୍ଷ ପର୍ଯ୍ୟନ୍ତ ମିଳିଚାଲିବ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଲାଭାର୍ଥୀ ଏକ ବର୍ଷରେ ମୋଟ ୧୨ଟି ରନ୍ଧନ ଗ୍ୟାସ ସିଲିଣ୍ଡର ଉପରେ ସବସିଡିର ଲାଭ ଉଠାଇପାରିବେ ।

କେନ୍ଦ୍ର ସରକାର ୯.୫୯ କୋଟି ଲାଭାର୍ଥୀଙ୍କ ପାଇଁ ସବିସିଡି ଅବଧି ଆହୁରି ବର୍ଷେ ଯାଏଁ ବଢାଇଛନ୍ତି । ଏବେ ଏହି ଗ୍ରାହକଙ୍କୁ ପ୍ରତି ସିଲିଣ୍ଡର ପିଛା ୨୦୦ ଟଙ୍କାର ସବସିଡି ମିଳିବ । ଏହି ରିହାତି ବର୍ଷକ ଯାଏଁ ୧ଟି ସିଲିଣ୍ଡର ଉପରେ ମିଳିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର । ସରକାର ୨୦୨୨ରେ ଉଜ୍ଜ୍ୱଳା ଯୋଜନା ଉପଭୋକ୍ତାଙ୍କୁ ପ୍ରତି ସିଲିଣ୍ଡର ପିଛା ୨୦୦ ଟଙ୍କାର ସବସିଡି ଦେବାକୁ ଘୋଷଣା କରିଥିଲେ, ଯାହାକୁ ଆହୁରି ବର୍ଷେ ଯାଏଁ ବଢାଯାଇଛି ।

ଏଥିପାଇଁ ୨୦୨୨-୨୩ ବର୍ଷ ରେ ଅଧିକ ୬,୧୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥିବାବେଳେ ୨୦୨୩-୨୪ ବର୍ଷରେ ଏଥିପାଇଁ ୭,୬୮୦ କୋଟି ଟଙ୍କା ଖର୍ଚ୍ଚ ପଡିବ ବୋଲି ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି । ଏହି ସବସିଡି ସିଧା ଗ୍ରାହକଙ୍କ ଆକାଉଣ୍ଟକୁ ଯିବ ।

ମାଗଣାରେ ଗ୍ୟାସ କନେକସନ୍‌ ଦେଉଛନ୍ତି ସରକାର

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଆରମ୍ଭ ବର୍ଷ ୨୦୧୬ରେ ହୋଇଥିଲା । ଏହାଅନୁଯାୟୀ ସରକାର ଗରିବ ସୀମା ରେଖା ବା ବିପିଏଲ ଅଧିନରେ ଥିବା ପରିବାରଙ୍କୁ ମାଗଣାରେ ରନ୍ଧନ ଗ୍ୟାସ କନେକସନ୍‌ ଦେଉଛନ୍ତି। ଗ୍ୟାସ କନେକସନ ପରିବାରର ମହିଳାଙ୍କ ନାମରେ ମିଳିଥାଏ । ଯଦି ଆପଣ ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ରନ୍ଧନ ଗ୍ୟାସର ସିଲିଣ୍ଡରର କନେକସନ୍‌ ନେଉଛନ୍ତି ତାହେଲେ ଆପଣଙ୍କୁ ଏଲପିଜି ଉପରେ ସବସିଡି ଦିଆଯିବ । ସବସିଡି ନେବା ପାଇଁ ଆପଣଙ୍କୁ ନିଜ ଆଧାର ନମ୍ବରକୁ ଏଲପିଜି କନେକସନ୍‌ ସହ ଲିଙ୍କ କରିବାକୁ ହେବ । ସବସିଡିର ଲାଭ ଉଠାଇବା ପାଇଁ ହେଲେ ଆପଣଙ୍କ ଆଧାର ଗ୍ୟାସ୍‌ କନେକସନ୍‌ ସହ ଯୋଡି ହୋଇଥିବା ଆବଶ୍ୟକ । ୨୦୦ ଟଙ୍କାର ସବସିଡି ୧୪.୨ କିଲୋ ରନ୍ଧନ ଗ୍ୟାସ ସିଲିଣ୍ଡର ଉପରେ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.