Below header

ଆୟଶା ମୁଖାର୍ଜୀଙ୍କ ସହିତ ଛାଡପତ୍ର ନେଇ ମୁହଁ ଖୋଲିଲେ ଶିଖର ଧଓ୍ଵନ, କହିଲେ ‘ମୁଁ ଭୁଲ୍‌ କରିଛି ’

ମୋର ଏହି ଫିଲ୍ଡିରେ ଅଭିଜ୍ଞତା ନଥିଲା, ତେଣୁ ବିବାହ ବିଚ୍ଛେଦ ହେବା ପାଇଁ ମୁଁ ଦୋଷୀ ।୯ ବର୍ଷର ସଂପର୍କ ଭାଙ୍ଗିବା ପରେ ନିଶ୍ଚିତ ମୁଁ କିଛି ଶିଖିବି । ଭୁଲରୁ ମଣିଷ ଉଚିତ ଶିକ୍ଷା ପାଏ । ଏକ ସାକ୍ଷାତକାରରେ ବିବାହ ବିଚ୍ଛେଦକୁ ନେଇ ମୁହଁ ଖୋଲିଛନ୍ତି ଧଓ୍ଵନ ।

ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ଶିଖର ଧଓ୍ଵନ ଆଇପିଏଲ୍‌ ୨୦୨୩ରେ ପଞ୍ଜାବ କିଙ୍ଗସର ଅଧିନାୟକତ୍ୱ କରିବେ । ଶିଖର ଧଓ୍ଵନଙ୍କୁ ଗତବର୍ଷ ବାଂଲାଦେଶ ଟୁର ପରେ ଟିମରୁ ଡ୍ରପ କରିଦିଆଯାଇଥିଲା । ତେବେ ଏମିତିରେ ଆଇପିଏଲରେ ଜୋରଦାର କମବ୍ୟାକ୍‌ କରିବାକୁ ଯୋଜନା ରଖିଛନ୍ତି ଧଓ୍ଵନ । ୩୭ ବର୍ଷୀୟ ଶିଖର ଆଇପିଏଲ୍‌ ୨୦୨୩ ଆରମ୍ଭ ପୂର୍ବରୁ ନିଜ ବ୍ୟକ୍ତିଗତ ସଂପର୍କକୁ ନେଇ ଚର୍ଚ୍ଚା କରିଛନ୍ତି ।

ଏକ ସାକ୍ଷାତକାରରେ ଶିଖର ଧଓ୍ଵନ କହିଛନ୍ତି, ୨୦୨୧ରେ ଶିଖର ଧଓ୍ଵନଙ୍କ ଜୀବନରେ ଭାଙ୍ଗିପଡିଥିଲେ । ପତ୍ନୀ ଆୟଶା ମୁଖାର୍ଜୀ ୯ ବର୍ଷର ସଂପର୍କ ଭାଙ୍ଗିବାକୁ ନିଷ୍ପତ୍ତି ନେଇ ତାଙ୍କୁ ଭାଙ୍ଗିଦେଇଥିଲେ । ଏପର୍ଯ୍ୟନ୍ତ ଦୁହିଁଙ୍କ ଛାଡପତ୍ର ମାମଲା କୋର୍ଟରେ ଚାଲିଛି । ଧଓ୍ଵନ କହିଛନ୍ତି, ବିବାହ ବିଚ୍ଛେଦ ତାଙ୍କ ଯୋଗୁଁ ହୋଇଛି । ସେ କେବେ ଭାବିନଥିଲେ ଏମିତି ଦିନ ଆସିବ ।

ଶିଖର କହିଛନ୍ତି, ‘ମୁଁ ବିଫଳ, ମୁଁ ଅନ୍ୟ ଉପରେ ଅଙ୍ଗୁଳି ଉଠାଇବି ନାହିଁ । ମୋତେ ବିବାହିତ ଜୀବନରେ ଏତେ ଜଣାନଥିଲା, ତେଣୁ ମୁଁ ବିଫଳ ହେଲି । ଯେଉଁ କ୍ରିକେଟ ବିଷୟରେ ମୁଁ ଆଜି କହୁଛି, ସେ କ୍ରିକେଟକୁ ମୁଁ ୨୦ ବର୍ଷ ପୂର୍ବେ ଜାଣିନଥିଲି । ଏ ସବୁ କିଛି ଅଭିଜ୍ଞତାରୁ ଶିଖିଛି ।ତେଣୁ ବିବାହ ପୂର୍ବରୁ ଦୁଇ ଲୋକ ପରସ୍ପର ସହିତ ବର୍ଷେ କି ଦୁଇ ବର୍ଷ ରହିବା କଥା । ଦୁହିଁଙ୍କ ଚିନ୍ତାଧାରା ଏବଂ ସଂସ୍କାର ମିଶୁଥିବା ଦରକାର। ତେବେ ଯାଇ ଆଗକୁ ବଢିବା ଉଚିତ ।

ତେବେ ମୋ ଛାଡପତ୍ର କେସ୍‌ ଏପର୍ଯ୍ୟନ୍ତ ଚାଲିଛି । ଏହା ସରିବା ପରେ ଯଦି ମୋତେ ବିବାହ କରିବାକୁ ପଡେ, ତେବେ ସେତେବେଳେ ଚିନ୍ତା କରିବି ମୋତେ କେମିତି ଜୀବନସାଥୀ ଦରକାର । ଯାହା ସହିତ ମୁଁ ଜୀବନ ବଞ୍ଚିପାରିବି । ବିବାହ ମୋ ପାଇଁ ବାଉନ୍ସର ଥିଲା । ତେବେ ଜୀବନରେ ହାରିବା ମଧ୍ୟ ଦରକାର । ମୁଁ ଭୁଲ୍‌ କରିଛି। ତେଣୁ ଭୁଲରୁ ମୁଁ ଶିଖିବି ।

୨୦୧୨ରେ ଶିଖର ଆୟଶା ମୁଖାର୍ଜୀଙ୍କ ସହିତ ବିବାହ କରିଥିଲେ । ୨୦୧୪ରେ ତାଙ୍କର ପୁଅ ଜୋରାବର ଜନ୍ମ ହୋଇଥିଲା । ଛାଡପତ୍ର ପରେ ଜୋରାବର ନିଜ ମା’ ସହିତ ମେଲବର୍ଣ୍ଣରେ ରହୁଛନ୍ତି । ଧଓ୍ଵନ ପୁଅକୁ ଦେଖାକରିବା ପାଇଁ ମେଲବର୍ଣ୍ଣ ମଧ୍ୟ ଯାଉଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.