ସୁନିତା ବେବିଙ୍କ ‘ତେରେ ଇସ୍କ ମେ ନାଚେଙ୍ଗେ’ ଡ୍ୟାନ୍ସ ଦେଖି ଟଙ୍କା ବର୍ଷା କଲେ ଲୋକ 

ହରିୟାଣୀ ଡ୍ୟାନ୍ସର ସପନା ଚୌଧୁରୀଙ୍କୁ ଏବେ ସୁନିତା ବେବି ଜବରଦସ୍ତ ଟକ୍କର ଦେଉଛନ୍ତି। ସପନା ନିଜ ଡ୍ୟାନ୍ସକୁ ନେଇ ଲୋକପ୍ରିୟ ଥିବା ବେଳେ ଏବେ ସୁନିତା ବେବି ମଧ୍ୟ ନିଜ ଡ୍ୟାନ୍ସକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଡ୍ୟାନ୍ସ ଭିଡ଼ିଓ ସୋସିଆଲ ମିଡିଆରେ ଗୋଟେ ପରେ ଗୋଟେ ଭାଇରାଲ ହେବାରେ ଲାଗିଛି। ଏସବୁ ମଧ୍ୟରେ ସୁନିତାଙ୍କର ଏକ ଡ୍ୟାନ୍ସ ଭିଡ଼ିଓକୁ ଅନେକେ ଲୋକ ପସନ୍ଦ କରିଛନ୍ତି।

ସୁନିତା ବେବିଙ୍କ ଏହି ଡ୍ୟାନ୍ସ ଭିଡ଼ିଓର ଖାସ କଥା ହେଉଛି ସେ କୌଣସି ହରିୟାଣୀ ଗୀତରେ ନୁହେଁ ବରଂ ‘ରାଜା ହିନ୍ଦୁସ୍ତାନି ଫିଲ୍ମ’ର ଗୀତ ‘ତେରେ ଇସ୍କ ମେ ନାଚେଙ୍ଗେ’ ରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି। ସୁନିତାଙ୍କର ଏହି ଡ୍ୟାନ୍ସ ଦେଖିବାପରେ ଲୋକମାନେ ତାଙ୍କ ଉପରେ ଟଙ୍କା ବର୍ଷା କରିଥିବାର ନଜର ଆସିଛି।

ସୂଚନା ମୁତାବକ ସପନାଙ୍କ ଭଳି ସୁନିତା ବେବି ମଧ୍ୟ ଷ୍ଟେଜ ଡ୍ୟାନ୍ସ କରନ୍ତି। ସୁନିତାଙ୍କ ଡ୍ୟାନ୍ସ ଖୁବ ଏନରଜେଟିକ ମଧ୍ୟ। ତାଙ୍କ ଡ୍ୟାନ୍ସକୁ ନେଇ ଲୋକମାନେ ମଧ୍ୟ ମନରଞ୍ଜନ କରୁଛନ୍ତି। ବର୍ତ୍ତମାନ ଦିନକୁ ଦିନ ହରିୟାଣୀ ଗୀତର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଏହିକାରଣରୁ ଷ୍ଟେଜ ଡ୍ୟାନ୍ସ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ସପନା ଚୌଧୁରୀ ହୁଅନ୍ତୁ ବା ସୁନିତା ବେବି ନିଜ ଡ୍ୟାନ୍ସ ପରଫର୍ମକୁ ନେଇ ଖୁବ ଲୋକପ୍ରିୟ ହୋଇପାରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.