ଜୀବନ ବୀମା ପଲିସୀ ଧାରକଙ୍କୁ ପ୍ରିମିୟମ ଭରିବା ପାଇଁ ମିଳିଲା ୩୦ ଦିନର ଅତିରିକ୍ତ ସମୟ

ଭାରତୀୟ ବୀମା ନିୟାମକ ପ୍ରାଧିକରଣ ଜୀବନ ବୀମା ପଲିସୀ ଧାରକଙ୍କ ପ୍ରିମିୟମ ଭରଣା ସମୟକୁ ଆହୁରି ୩୦ ଦିନ ପର୍ଯ୍ୟନ୍ତ ବଢ଼ାଇ ଦେଇଛି । କରୋନା ଭାଇରସ କାରଣରୁ ଦେଶ ବ୍ୟାପି ଜାରି ହୋଇଥିବା ଲକ ଡାଉନ ସ୍ଥିତିକୁ ଆଖି ଆଗରେ ରଖି ହିଁ ନିୟାମକ ତରଫରୁ ଏପରି ନିଷ୍ପତ୍ତି ନିଆଯାଇଛି । ଏହା ଦ୍ୱାରା ଯେଉଁ ସବୁ ପଲିସୀ ଧାରକଙ୍କ ନବୀକରଣ ତାରିଖ ମାର୍ଚ୍ଚ କିମ୍ବା ଏପ୍ରିଲ ମାସ ପଡିଥାଏ, ସେମାନଙ୍କୁ ନିଜ ନିଜ ପ୍ରିମିୟମ ଭରିବା ପାଇଁ ଅତିରିକ୍ତ ୩୦ ଦିନର ସମୟ ମିଳିବ । କହିରଖିବା ଉଚିତ ହେବକି, ଈରଡ଼ା ବିଭିନ୍ନ ସ୍ୱାସ୍ଥ୍ୟ ବୀମା ପଲିସୀ ଓ ମୋଟର ବୀମା ନବୀକରଣ ପ୍ରିମିୟମ ଭରିବା ପାଇଁ ପୂର୍ବରୁ ହିଁ ଅତିରିକ୍ତ ସମୟ ଦେଇ ସାରିଥିଲା ।

Life Insurance: What has changed during the year and how it ...

ପରେ ଜୀବନ ବୀମା କମ୍ପାନୀ ଓ ଜୀବନ ବୀମା ପରିଷଦ ନିୟାମକଙ୍କ ନିକଟରେ ପ୍ରିମିୟମ ଭରିବା ପାଇଁ ଅତିରିକ୍ତ ସମୟ ମାଗିଥିଲେ । ତେଣୁ ନିୟାମକ ଏକ ନିର୍ଦ୍ଦେଶ ଜାରି କରି ପଲିସୀ ଧାରକଙ୍କୁ ଅତିରିକ୍ତ ୩୦ ଦିନ ପାଇଁ ଅତିରିକ୍ତ ସମୟ ଦେଇଛନ୍ତି ।ସାମାଜିକ ଦୂରତା ବଜାୟ ରଖିବା ପାଇଁ ଦେଶ ବ୍ୟାପୀ ଲକ ଡାଉନ ପରିସ୍ଥିତି ଘୋଷିତ ହୋଇଛି । ଏହି କାରଣରୁ ପଲିସୀ ଧାରକଙ୍କୁ ପ୍ରିମିୟମ ଭରିବା ପାଇଁ ବିଭିନ୍ନ ଅସୁବିଧାର ସାମ୍ନା କରିବାକୁ ପଡୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.