ପାଞ୍ଚଥର ନେଗେଟିଭ୍‌ ପରେ ଶେଷରେ ସୁସ୍ଥ ହୋଇ ମେଡିକାଲରୁ ମୁକ୍ତି ପାଇଲେ ସିଙ୍ଗର କନିକା କପୁର

ମୁମ୍ବାଇ : ମେଡିକାଲରୁ ଡିସ୍‌ଚାର୍ଜ ହେଲେ ବଲିଉଡ୍‌ ସିଙ୍ଗର କନିକା କପୁର । ତାଙ୍କ ଷଷ୍ଠ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି । କନିକାଙ୍କ ଲଗାତାର ୫ଟି କରୋନା ଟେଷ୍ଟ ରିପୋର୍ଟ ପଜେଟିଭ୍‌ ଆସିଥିଲା । ସେ ଏବେ ମେଡିକାଲରୁ ଫେରିବା ପରେ ତାଙ୍କ ଫ୍ୟାନ୍‌ଙ୍କ ପାଇଁ ଆଶ୍ୱସ୍ତି ଆଣି ଦେଇଛି ।

Kanika-Kapoorକିନିକା କପୁର ଇଂଲଣ୍ଡରୁ ଫେରି ମାର୍ଚ୍ଚ ୯ରେ ମୁମ୍ବାରେ ଅବତରଣ କରିବା ପରେ ଉତ୍ତର ପ୍ରଦେଶ ଯାଇଥିଲେ । ମାର୍ଚ୍ଚ ୧୪ରେ ଉତ୍ତର ପ୍ରଦେଶ ଏୟାରପୋର୍ଟରେ ତାଙ୍କୁ ସ୍କ୍ରିନିଂ କରାଯାଇଥିଲା । ତାଙ୍କ ଦେହରେ ଜ୍ୱର ଥିବା ଜଣାପଡ଼ିବା ପରେ ଘରେ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହଯାଇଥିଲା । କିନ୍ତୁ ସେ ଏହାକୁ ବେଖାତିର କରି ପାର୍ଟିରେ ଯୋଗ ଦେଇଥିଲେ । ସେ କରୋନା ଆକ୍ରାନ୍ତ ଜଣା ପଡ଼ିବା ପରେ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଥିଲା ଉତ୍ତର ପ୍ରଦେଶ ପୋଲିସ୍‌ ।

ଅପରପକ୍ଷେ କନିକା ଲଣ୍ଡନରୁ ଫେରିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା କରିନଥିଲେ । ଲକ୍ଷ୍ନୋରେ ଅନେକ ଲୋକଙ୍କ ସହ ମିଶିଥିଲେ । ଲଣ୍ଡନରୁ ଫେରିବା ପରେ କନିକା କପୁର ଦେଇଥିବା ପାର୍ଟିରେ ଯୋଗଦେଇଥିଲେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ତାଙ୍କ ପୁଅ ତଥା ସାଂସଦ ଦୁଶ୍ୟନ୍ତ ସିଂହ । ତେବେ ଦୁଇ ଜଣଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିଲା । ବସୁନ୍ଧରା ରାଜେ କ୍ୱରାଣ୍ଟାଇନ୍‌ରେ ରହିବା ପରେ ଟିଏମସି ସାଂସଦ ଡିରେକ୍‌ ଓବରାୟନ ଓ ଅପନା ଦଲ୍‌ ସାଂସଦ ଅନୁପ୍ରିୟା ପଟେଲ ନିଜକୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିଲା । ସେହିପରି ସାଂସଦ ଦୁଶ୍ୟନ୍ତ ସିଂହ ନିକଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାକୁ ରାଷ୍ଟ୍ରପତି ଭବନ ଯାଇଥିଲେ । ସେ ରାଜସ୍ଥାନ ଓ ଉତ୍ତରପ୍ରଦେଶର ବିଜେପି ସାଂସଦଙ୍କ ଏକ ପ୍ରତିନିଧି ମଣ୍ଡଳୀରେ ସାମିଲ ହୋଇଥିଲେ ।

kanika 1ରାଷ୍ଟ୍ରପତିଙ୍କ ସହ ଉଠାଯାଇଥିବା ଏକ ଗ୍ରୁପ୍‌ ଫଟୋରେ ରାମନାଥ କୋବିନ୍ଦଙ୍କ ଠିକ୍‌ ପଛରେ ଛିଡା ହୋଇଥିଲେ ସାଂସଦ ଦୁଶ୍ୟନ୍ତ ସିଂହ । ଏହା ଜଣାପଡ଼ିବା ପରେ ରାଷ୍ଟ୍ରପତି ତାଙ୍କର ସମସ୍ତ ସାକ୍ଷାତ କାର୍ଯ୍ୟକ୍ରମ ବାତିଲ କରିଥିଲେ । ସେହିପରି ସାଂସଦ ଦୁଶ୍ୟନ୍ତ ସିଂହ କନିକା କପୁରଙ୍କ ପାର୍ଟିରେ ଯୋଗଦେବା ପରେ ସଂସଦ ଅଧିବେଶନରେ ମଧ୍ୟ ସାମିଲ ହୋଇଥିଲେ । ସଂସଦ ଭବନରେ ସେ ପାଖାପାଖି ଅଢେଇ ଘଣ୍ଟା ବସିଥିଲେ ।

ତେଣୁ ଚିନ୍ତା କରନ୍ତୁ ଜଣେ ବ୍ୟକ୍ତି କିଭଳି ଭାବେ ଅନ୍ୟକୁ ସଂକ୍ରମଣ କରିବାର ଆଶଙ୍କା ରହୁଛି । କନିକାଙ୍କ ସହ ମିଶିଥିବା ବ୍ୟକ୍ତିମାନେ ସିନା ସଚେତନ ହୋଇ କ୍ୱାରେଣ୍ଟାଇନ୍‌ରେ ରହିଲେ ନଚେତ କରୋନା ଭାଇରସ୍‌ ସଂସଦ ଭିତରେ ବି ମାଡ଼ି ଯାଇଥାନ୍ତି । ଏପରିକି ରାଷ୍ଟ୍ରପତି ଭବନକୁ ବି ଚାଲି ଯାଇ ପାରିଥାନ୍ତି । ଯୁବା ବୟସର ହୋଇଥିବାରୁ କନିକାଙ୍କ ରିପୋର୍ଟ ପାଞ୍ଚଥର ପଜେଟିଭ୍‌ ଆସିବା ପରେ ସେ ସୁସ୍ଥ ହୋଇଛନ୍ତି । ସେଥିଲାଗି ଏହି ରୋଗକୁ ନେଇ ସଚେତନତା କେତେ ଜରୁରୀ ଏଇଥିରୁ ବୁଝି ଯାଆନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.