Below header

କରୋନା ବ୍ୟାପିବା ପରେ ଚୀନ୍‌ରୁ ସିଧାସଳଖ ଆମେରିକା ଆସିଥିଲେ ୪ ଲକ୍ଷ ୩୦ ହଜାର ଲୋକ

ମାରାତ୍ମକ କରୋନା ଭାଇରସକୁ ନେଇ ଚୀନ ସୂଚନା ଦେବାର ମାତ୍ର କିଛିଦିନ ମଧ୍ୟରେ ପ୍ରାୟ ୪ ଲକ୍ଷ ୩୦ ହଜାର ଲୋକ ସିଧାସଳଖ ଚୀନରୁ ଆମେରିକା ଆସିଥିଲେ । ତେବେ ସେଥିମଧ୍ୟରୁ କିଛି ଏପରି ଲୋକଥିଲେ ଯେଉଁମାନେ କରୋନା ଜନ୍ମସ୍ଥଳୀ ବୁହାନରୁ ସିଧାସଳଖ ବିମାନ ଯୋଗେ ଆମେରିକା ଆସିଥିଲେ ।

ନ୍ୟୁୟର୍କ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯାତ୍ରାରେ ପ୍ରତିବନ୍ଧ ଲଗାଇବା ପୂର୍ବରୁ ହିଁ ଚୀନରୁ ପାଖାପାଖି ୧୩୦୦ ବିମାନ ଉଡାଣ ଦ୍ଵାରା ଆମେରିକାର ୧୭ ଟି ରାଜ୍ୟରେ ଲକ୍ଷ ଲକ୍ଷ ଲୋକ ପହଂଚି ସାରିଥିଲେ । ଦୁଇ ଦେଶର ମିଳିତ ସୂଚନା ଅନୁଯାୟୀ ପ୍ରାୟ ୪୦,୦୦୦ ଲୋକ ଟ୍ରମ୍ପଙ୍କ ପ୍ରତିବନ୍ଧ ପରେ ମଧ୍ଯ ଦୁଇ ମାସ ପର୍ଯ୍ୟନ୍ତ ଚୀନରୁ ଆମେରିକା ଫେରିଥିଲେ । ଏହାସହିତ ବିମାନବନ୍ଦରରେ ଚୀନରୁ ଆସୁଥିବା ଯାତ୍ରୀ ମାନଙ୍କୁ କଡା କଡି ଯାଞ୍ଚ କରାଯାଉନଥିଲା ବୋଲି ଅଭିଯୋଗ ମଧ୍ଯ ହୋଇଛି ।

For LAX passengers returning from Europe, it's nothing like the ...

ଜାନୁୟାରୀରେ ଚୀନ ଅଧିକାରୀମାନେ ଏହି ଭାଇରସ୍ ନେଇ ସୂଚନା ଦେବାପରେ ମଧ୍ଯ ଚୀନରୁ ଆସୁଥିବା କୌଣସି ଯାତ୍ରୀଙ୍କର ଯାଞ୍ଚ କରାଯାଇନଥିଲା । ସୁଚନା ଅନୁଯାୟୀ ଜାନୁଆରୀ ଅଧାରୁ ଯାଞ୍ଚ ଆରମ୍ଭ ହୋଇଥିଲା ସତ କିନ୍ତୁ କେବଳ ବୁହାନରୁ ଆସୁଥିବା ଯାତ୍ରୀମାନଙ୍କର ସେ ପୁଣି କେବଳ ଲସ୍ ଆଞ୍ଜେଲସ୍, ସେନ୍ ଫ୍ରାନସିସ୍କୋ ଏବଂ ନ୍ୟୁୟର୍କ ବିମାନ ବନ୍ଦରରେ । ତେବେ ସେତେବେଳକୁ ବୁହାନରୁ ସିଧାସଳଖ ୪,୦୦୦ ଲୋକ ଆମେରିକା ଆସି ସାରିଥିଲେ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.