Below header

୧୫ କିଲୋ ଓଜନର ଲେହେଙ୍ଗା ପିନ୍ଧି କଥକ ନାଚିବେ ସନ୍ନି ଲିଓନି

ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନିଙ୍କ ହଟ୍ ଓ ବୋଲ୍ଡ ଅନ୍ଦାଜ ସମସ୍ତଙ୍କୁ ଦିୱାନା କରିଦେଇଛି। ଅନେକ ଦିନ ହେବ ବଲିଉଡର ଏହି ଲୈଲାଙ୍କର କିଛି ଭଲ ଫିଲ୍ମ ହିଟ୍ ମଧ୍ୟ ହୋଇନାହିଁ। ଅନେକ ଦିନ ହେବ ସେ ପରଦାରୁ ଦୂରେଇ ଅଛନ୍ତି। ହେଲେ ଏବେ ଖୁବ୍ ଶୀଘ୍ର ସନ୍ନିଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିବ। ନିଜର ବୋଲ୍ଡ ଅନ୍ଦାଜ ପାଇଁ ଜଣାଶୁଣା ସନ୍ନି ଏବେ କଥକ ନୃତ୍ୟ କରୁଥିବା ନଜର ଆସିବେ।

ରିପୋର୍ଟ ଅନୁଯାୟୀ ସନ୍ନି ଲିଓନି ଏକ ଗ୍ରୁପ୍ ଡ୍ୟାନ୍ସ ‘ଅଭିମନ୍ୟୁ’ ରେ ନଜର ଆସିବେ। ଏହି ଡ୍ୟାନ୍ସକୁ ଜଣାଶୁଣା କଥକ ନୃତ୍ୟଶିଳ୍ପୀ ସନ୍ଦିପ ମହାବୀର କୋରିଓଗ୍ରଫି କରିବେ। ଏହି ନୃତ୍ୟ ସନ୍ନିଙ୍କ ପାଇଁ ଏକ ଭିନ୍ନ ଅନୁଭବ ହେବ। ନିଜ ଡ୍ୟାନ୍ସକୁ ଭଲ କରିବା ପାଇଁ ସେ ଅନେକ ପରିଶ୍ରମ କରୁଛନ୍ତି। ଦିନକୁ ପାଖାପାଖି ୧୨ ଘଣ୍ଟା ନୃତ୍ୟ ଅଭ୍ୟାସ କରୁଛନ୍ତି।

https://www.instagram.com/p/B4FHk2nhbPT/?utm_source=ig_web_copy_link

ଏହାସହ ପଢନ୍ତୁ: ଭୟଙ୍କର ରୋଗରେ ପୀଡିତ ‘ନାଗିନ’ ସିରିୟଲର ଏହି ଅଭିନେତ୍ରୀ, ଜାଣନ୍ତୁ କିଏ

ନିଜ ନୃତ୍ୟ ଓ ଅଭିନୟରେ ସେ ଦର୍ଶକଙ୍କ ମନ ଜିତିବାକୁ ଉଦ୍ୟମ ଚଲାଇଛନ୍ତି। ଏହି ବିଶେଷ ନୃତ୍ୟ ପାଇଁ ସେ ବିଶେଷ ଆଉଟଫିଟ୍ ମଧ୍ୟ ପ୍ରସ୍ତୁତ କରିଛନ୍ତି। ସୂଚନା ଅନୁଯାୟୀ ସନ୍ନି ୧୫ କିଲୋ ଓଜନର ଏକ ଲେହେଙ୍ଗା ପିନ୍ଧି ଡ୍ୟାନ୍ସ କରିବେ। ଏଥିସହ ସନ୍ନି ନିଜର ଏହି ଗୀତରେ ଅଭିନୟକୁ ନେଇ ଖୁବ୍ ଉତ୍ସାହିତ ରହିବା ସହ ଦର୍ଶକମାନେ ମଧ୍ୟ ତାଙ୍କର ନୂଆ ଅବତାର ଦେଖିବା ପାଇଁ ବେଶ୍ ଉତ୍ସାହିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.