ଆପଣ ଯଦି ଜଣେ ଓ୍ଵାର୍କିଂ ଲେଡି ଏହି ବ୍ୟୁଟି ଟିପ୍ସ ଖାସ୍ ଆପଣଙ୍କ ପାଇଁ, ଦେଖନ୍ତୁ ନିଶ୍ଚୟ

ଆଜିକାଲିର ବ୍ୟବସ୍ତବହୁଳ ଜୀବନରେ ସବୁଠାରୁ ବେଶି ସମସ୍ୟାରେ ପଡୁଛନ୍ତି ଓ୍ଵାର୍କିଂ ଓ୍ଵମେନ। କାରଣ ଏମାନଙ୍କୁ ଘର ସମ୍ଭାଳିବା ସହିତ ଅଫିସର କାମକୁ ମଧ୍ୟ ଠିକ ଭାବେ କରିବାକୁ ହୋଇଥାଏ। ଏହି ବ୍ୟସ୍ତତା ଭିତରେ ସେମାନେ ନିଜର ଶରୀର ଉପରେ ଧ୍ୟାନ ଦେବାକୁ ଭୁଲିଯାଆନ୍ତି। ଏଥିପାଇଁ ସେମାନେ କ୍ଲାନ୍ତ ଦେଖାଯିବା ସହିତ ସେମାନଙ୍କ ତ୍ୱଚାର ମଧ୍ୟ ଚମକତା କମିଯାଇଥାଏ। ସେଥିପାଇଁ ଆମେ ଓ୍ଵାର୍କିଂ ଓ୍ଵମେନଙ୍କର ଏହି ସମସ୍ୟାର ସମାଧାନ ପାଇଁ କିଛି ଟିପ୍ସ ନେଇ ଆସିଛୁ ଯାହା ସେମାନଙ୍କୁ ବହୁତ ସାହାଯ୍ୟ କରିବ। ତେବେ ଆସନ୍ତୁ ଜାଣିବା ସେହି ଟିପ୍ସ।

working womenଫେସ ମାସ୍କ ସିଟସ୍‌

ଫେସ୍ ମାସ୍କ ସିଟର ସବୁ ଠାରୁ ବଡ ଫାଇଦା ହେଉଛି ଏହା କମ୍ ସମୟରେ ସ୍କିନକୁ ଡିପ ନରିସମେଣ୍ଟ ସହିତ ହାଇଡ୍ରେଟ ମଧ୍ୟ କରିଥାଏ। ମାର୍କେଟରେ ଅନେକ ପ୍ରକାରର ମାସ୍କ ଉପଲବ୍ଧ ରହିଛି। ଏହି ସବୁ ମଧ୍ୟରୁ ଆପଣ ନିଜ ସ୍କିନ ଅନୁଯାୟୀ ମାସ୍କ ଚୟନ କରି ତାକୁ ୧୦ ମିନିଟ୍ ପଯ୍ୟର୍ନ୍ତ ଲଗାଇ ରଖନ୍ତୁ। ଏହାକୁ ପ୍ରତିଦିନ ବ୍ୟବହାର କଲେ ଦେଖିବେ ଆପଣଙ୍କ ଚେହେରାରେ ଚମକତା କେବେବି କମିବ ନାହିଁ।

ଏହାସହ ପଢନ୍ତୁ : ଷ୍ଟୋନ ସମସ୍ୟାରେ ଅସହଣୀୟ ଯନ୍ତ୍ରଣା ହେଉଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ, ତୁରନ୍ତ ମିଳିବ ଆରାମ

କ୍ଲିନିଙ୍ଗ୍‌

ମୁହଁକୁ ସପ୍ତାହରେ ଅତିକମରେ ଦୁଇ ଥର ଡିପ୍ କ୍ଲିନ ନିଶ୍ଚୟ କରନ୍ତୁ। ଏଥିପାଇଁ ଆପଣ ସ୍କ୍ରବର ବ୍ୟବହାର କରନ୍ତୁ । ଏହାସହିତ ମାସକୁ ଥରେ ଲେଖାଏଁ ଫେସିଆଲ ହେବା ଜରୁରୀ। ଏହାଦ୍ୱାରା ଆପଣଙ୍କ ସ୍କିନ ରିଲାକ୍ସ ରହିଥାଏ ଏବଂ ଦାଗ, ବ୍ରଣ ସମସ୍ୟା ମଧ୍ୟ ଦୂରେଇ ଯାଇଥାଏ।

faceହ୍ୟାଣ୍ଡ କ୍ରିମ

ଓ୍ଵାର୍କିଂ ଓ୍ଵମେନ ହୋଇଥିବା କାରଣରୁ ଆପଣ ବାକି କର୍ମଚାରୀଙ୍କୁ ହାତ ନିଶ୍ଚୟ ମିଳାଉଥିବେ, ଏଥିପାଇଁ ହାତର ଅଧିକ ଯତ୍ନ ନେବା ଆବଶ୍ୟକ। ଆପଣ ସାଥିରେ ସବୁବେଳେ ହ୍ୟାଣ୍ଡ କ୍ରିମ ରଖନ୍ତୁ ଏବଂ ଏହାକୁ ଦିନରେ ତିନି ଚାରି ଥର ବ୍ୟବହାର କରନ୍ତୁ।

ନିଶ୍ଚିତ ପଢନ୍ତୁ : ଧନୀ ହେବା ପାଇଁ ଚାହୁଁଥିଲେ ଘରୁ ତୁରନ୍ତ ବାହାର କରନ୍ତୁ ଏହି ୫ଟି ଜିନିଷ

ଲିପବାମ୍‌

ଲିପବାମ୍ ଓଠକୁ ରଙ୍ଗିନ କରିବା ସହତ ହାଇଡ୍ରେଟ ଏବଂ ନରମ ମଧ୍ୟ କରିଥାଏ। ଏହାକୁ ପ୍ରତିଦିନ ବ୍ୟବହାର କରିବା ଜରୁରୀ। ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଲିପଷ୍ଟିକ କେବେବି ପ୍ୟାଚି ହୋଇନଥାଏ।

Leave A Reply

Your email address will not be published.