ଅନୀଲ କପୁରଙ୍କୁ ୧୭ଥର ସତସତିକା ଚାପୁଡା ମାରିଥିଲେ ଜ୍ୟାକି ଶ୍ରଫ, କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ବଲିଉଡରେ ଅନେକ ସେଲିବ୍ରିଟ୍‌ଙ୍କ ବନ୍ଧୁତା ଯୋଡି ଆପଣ ନିଶ୍ଚିତ ଜାଣିଥିବେ । ଏହି ବନ୍ଧୁତା ଯୋଡି ମଧ୍ୟରେ ଅନୀଲ କପୁର ଏବଂ ଜ୍ୟାକି ଶ୍ରଫଙ୍କୁ ଯୋଡି ଅନ୍ୟତମ। ଅନିଲ କପୁର ଏବଂ ଜ୍ୟାକି ଅନେକ ଫିଲ୍ମ ଏକାଠି କରିସାରିଛନ୍ତି। ଯାହା ମଧ୍ୟରେ ‘ରାମ ଲଖନ, ତ୍ରିମୂର୍ତ୍ତି, ଯୁଦ୍ଧ, ଅନ୍ଦାଜ ଅପନା, ରୂପ କି ରାନୀ ଚୋରୋଁ କା ରାଜା, କଭି ନାଁ କଭି’ ଭଳି ଅନେକ ଫିଲ୍ମ ରହିଛି। ଏହା ମଧ୍ୟରେ ଫିଲ୍ମ ନିର୍ମାତା ବିଧୂ ବିନୋଦ ଚୋପ୍ରା ଅନିଲ କପୁର ଏବଂ ଜ୍ୟାକି ଶ୍ରଫଙ୍କ ୩୦ ବର୍ଷ ପୁରୁଣା ସମ୍ପର୍କର ଗୁମର ଖୋଲିଛନ୍ତି।

parinda

ଏହାକୁ ବିଧୂ ବିନୋଦ ଚୋପ୍ରା ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓରେ ଏମାନଙ୍କ ଛଡା ଅନୁରାଗ କଶ୍ୟପ ମଧ୍ୟ ନଜର ଆସିଥିଲେ। ଭିଡିଓରେ ଅନୀଲ କପୁର, ଏବଂ ଜ୍ୟାକି ଶ୍ରଫଙ୍କ ଫିଲ୍ମ ‘ପରିନ୍ଦା’ ବିଷୟରେ କଥା ହେଉଛନ୍ତି। ଏହି ଭିଡିଓକୁ ସେୟାର କରି ବିଧୂ କହିଛନ୍ତି, ‘ଅନିଲ କୁପର ସବୁବେଳେ କାମ ପ୍ରତି ନିଷ୍ଠାବାନ ରହି ଭଲ ସର୍ଟ ଦେଇଥାନ୍ତି। ଗୋଟେ ପରଫେକ୍ଟ ସଟ ପାଇଁ ଅନିଲ କୁପର ୧୭ଟି ରିଟେକ ନେଇଥିଲେ। ଏହି ଭିଡିଓରେ ମଧ୍ୟ ପରିନ୍ଦା ଫିଲ୍ମର ସିନ୍‌ ମଧ୍ୟ ଦେଖିବାକୁ ମିଳିଛି। ଯେଉଁ ସିନରେ ଅନିଲ କପୁର ଏବଂ ଜ୍ୟାକିଙ୍କ ମଧ୍ୟରେ ବିତର୍କ ହେଉଥିବା ବେଳେ ଜ୍ୟାକି ରାଗରେ ଅନିଲଙ୍କୁ ଚାପୁଡା ମାରିଥିଲେ। ଏହି ଭିଡିଓକୁ ନେଇ ନେଇ ଜ୍ୟାକି କହୁଛନ୍ତି, ଅନିଲ ସେତେବେଳେ ବଡ ଭାଇ କିପରି ସାନ ଭାଇକୁ ମାଡ ମାରିବା ବେଳେ କିପରି ଅନୁଭବ କରିଥାନ୍ତି ଅନୀଲ ଏହା ଦେଖାଇବାକୁ ଚାହୁଁଥିଲେ। ପ୍ରଥମ ଥରରେ ସଟ୍‌ ଠିକ୍‌ ହୋଇଥିବା ବେଳେ ଅନୀଲଙ୍କ ମନ ମାନିନଥିଲା। ତେଣୁ ଜ୍ୟାକି ଗୋଟେ ସିନ୍‌ ପାଇଁ ୧୭ ଥର ଚାପୁଡା ମାରିଥିଲେ।

ସୂଚନାଯୋଗ୍ୟ, ‘ପରିନ୍ଦା’ ଫିଲ୍ମ ୧୯୮୯ରେ ରିଲିଜ ହୋଇଥିଲା। ଏହି ଫିଲ୍ମର ନିର୍ମାତା ଏବଂ ନିର୍ଦ୍ଦେଶକ ରହିଥିଲେ ବିଧୂ ବିନୋଦ ଚୋପ୍ରା। ଏହି ଫିଲ୍ମରେ ଜ୍ୟାକି, ଅନୀଲଙ୍କ ଛଡା ନାନା ପାଟେକର, ମାଧୁରୀ ଦିକ୍ଷୀତ, ଅନୁପମ ଖେର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.