Below header

‘କାମସୂତ୍ର’କୁ ନା କହିଲେ ସନି ଲିଓନି, ଏକତା କପୁର ଦେଇଥିଲେ ଅଫର

ମୁମ୍ବାଇ: ଗତ କିଛି ଦିନ ହେବ ଫିଲ୍ମ ତଥା ଟିଭି ସିଲିୟଲ୍ କରୁଥିବା ଏକତା କପୁର ସନି ଲିଓନିଙ୍କୁ ନେଇ ଏକ ୱେବ ସିରିଜ୍ କରିବାକୁ ଯାଉଥିବା ଖବର ଶୁଣିବାକୁ ମିଳୁଛି । ଏମିତିରେ ଏକତା ଏବଂ ସନିଙ୍କ ଭିତରେ ଖୁବ୍ ଭଲ ସମ୍ପର୍କ ରହିଛି । ଏବେ ଏହି ୱେବ ସିରିଜର ବିଷୟ କଣ ଆପଣ ଜାଣିଛନ୍ତି କି? ଏହାର ଉତ୍ତର ଏବେ ସାମ୍ନାକୁ ଆସିଛି । ସୂଚନା ମୁତାବକ ଏହି ୱେବ ସିରିଜ୍ କାମସୂତ୍ର ଉପରେ ଆଧାରିତ । ଯାହାକୁ ଶୁଣିବା ପରେ ସନିଙ୍କ ପ୍ରଶଂସକ ମାନେ ଖୁବ୍ ଖୁସି ହୋଇଯାଇଥିବାବେଳେ ସନି କିନ୍ତୁ ଏହି ୱେବ ପ୍ରୋଜେକ୍ଟକୁ କରିବାକୁ ମନା କରିଦେଇଛନ୍ତି ।

leony

ଏହାସହ ପଢନ୍ତୁ:

ସନି ଆଉ ଏଭଳି କିଛି ରୋଲ୍ କରିବେ ନାହିଁ ଯେଉଁଥିରେ ବହୁତ ଏକ୍ସପୋଜ୍ ହେବାକୁ ପଡିବ । କିନ୍ତୁ ଏକତା ଏବଂ ସନିଙ୍କର ବନ୍ଧୁତାକୁ ଆଖିରେ ରଖି ଆଉ କାହାକୁ ଆଣିବା ପରିବର୍ତ୍ତେ ପୁରାପୁରି ବିଷୟ ବସ୍ତୁକୁ ହିଁ ପରିବର୍ତ୍ତନ କରିଦେଇଛନ୍ତି। ତେବେ ଏହି କାମସୂତ୍ର ବିଷୟ ପାଇଁ ସେ ଆଉ କାହାକୁ ଅଫର ଦେଇପାରନ୍ତି । ତେବେ ସନିଙ୍କୁ ନେଇ ସେ ଏବେ ଯେଉଁ ୱେବ ସିରିଜ୍ କରିବାକୁ ଯାଉଛନ୍ତି ତାହାର ବିଷୟ ବସ୍ତୁ ସମ୍ପର୍କରେ କିଛି ଜଣାପଡିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.