ନାଏଗ୍ରା ଜଳପ୍ରପାତରେ ଭାସିଗଲା ଚଟାଣ, ଦୀର୍ଘ ୧୦୧ ବର୍ଷ ପରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କରିଦେଲା ଭଳି ସତ୍ୟ

ସମସ୍ତଙ୍କୁ ଜଳପ୍ରପାତ ଦେଖିବାକୁ କିମ୍ବା ସେଠାରେ ଯାଇ ଗାଧୋବାର ମଜା ନେବା ପାଇଁ ପ୍ରାୟ ସମସ୍ତେ ମନ ବଳାଇଥାନ୍ତି। ଆପଣ ନିଶ୍ଚିତ ଭାବେ ନାଏଗ୍ରା ଜଳପ୍ରାପତ ବିଷୟରେ ଶୁଣିଥିବେ କିମ୍ବା କିଏ ଦେଖିଥିବେ। ଯାହା ଆମେରିକା ଏବଂ କାନାଡା ସୀମାରେ ରହିଛି। ସେଣ୍ଟ ଲରେନ୍ସ ନଦୀରେ ସ୍ଥିତି ଏହି ଜଳପ୍ରପାତ କାନାଡାର ଆଣ୍ଟୋରିୟୋ ଏବଂ ଆମେରିକାର ନିୟୁର୍କର ଅର୍ନ୍ତରାଷ୍ଟ୍ରୀୟ ସୀମା ସ୍ଥିତି ନାଏଗ୍ରା ନଦୀକୁ ନେଇ ହୋଇଛି। ଏହା ଦୁନିଆର ସବୁଠାରୁ ସୁନ୍ଦର ଜଳପ୍ରପାତ ମଧ୍ୟରେ ଅନ୍ୟତମ। ଏହି ଜଳପ୍ରପାତରେ ୧୦୧ ବର୍ଷ ହେଲାଣି ଲାଗିଥିବା ଏକ ଡଙ୍ଗା ଦ୍ରୁତ ପବନ ଏବଂ ପ୍ରବଳ ବର୍ଷା ଯୋଗୁଁ ବୋହିଯାଇଛି। ଏହି ଡଙ୍ଗାଟି ୧୯୧୮ରୁ ନାଏଗ୍ରା ଜଳପ୍ରପାତରେ ଲାଗି ରହିଥିଲା। ଏହାକୁ ଲୋକେ ଏପର୍ଯ୍ୟନ୍ତ ଏକ ଚଟାଣ ବୋଲି ଭାବୁଥିଲେ।

ସୂଚନା ମୁତାବକ, ଏହି ଡଙ୍ଗାରେ ଦୁଇ ଜଣ ଲୋକ ସେଣ୍ଟ ଲରେନ୍ସ ନଦୀରେ ଯାଉଥିଲେ। ଏହି ସମୟରେ ହଠାତ୍‌ ପବନ ଏବଂ ବର୍ଷା ଆସିବା ଯୋଗୁଁ ଡଙ୍ଗାଟି ଜଳପ୍ରପାତ କୂଳରେ ଲାଗିଥିଲା। କିନ୍ତୁ ଏଥିରେ ଥିବା ଦୁଇ ଜଣ ଲୋକକୁ ସେତେବେଳେ ଉଦ୍ଧାର କରାଯାଇଥିଲା। କାଠ ଏବଂ ଲୁହାରେ ନିର୍ମିତ ଏହି ଡଙ୍ଗାଟି ଚଟାଣରେ ଫସି ରହିବା କାରଣ ଯୋଗୁଁ ଖରାପ ହୋଇଯାଇଥିଲା। ଏଥିପାଇଁ ଲୋକେ ଏହାକୁ ଏକ ବିଶାଳ ଚଟାଣ ବୋଲି ଭାବୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.