Below header

ବାସୁଙ୍କ “ଲୁଡୋ”ର ଟ୍ରେଲର ଦେଖି ବଢ଼ିଲା ଅମୀର ଖାନଙ୍କ ଉତ୍କଣ୍ଠା, କହିଲେ ଫିଲ୍ମ ଦେଖିବାକୁ ମୁଁ ଆଉ ଅଧିକ ଦିନ ଅପେକ୍ଷା କରି ପାରିବି ନାହିଁ

ନିକଟରେ ଅନୁରାଗ ବସୁଙ୍କ ଫିଲ୍ମ “ଲୁଡୋ”ର ଟ୍ରେଲର ରିଲିଜ ହୋଇଛି । ଫ୍ୟାନ୍ସ ମାନେ ମଧ୍ୟ ଟ୍ରେଲର ଟିକୁ ଖୁବ ପସନ୍ଦ କରିଥିବା ଜଣାଯାଇଛି । ଭାରତର ଅଧିକାଂଶ ଦର୍ଶକ କମେଡି ଫିଲ୍ମ ଦେଖିବାକୁ ଖୁବ ପସନ୍ଦ କରନ୍ତି । ଆଉ ଯଦି ଫିଲ୍ମଟି ମଲ୍ଟି ଷ୍ଟାରର ହୋଇଥାଏ ତେବେ ତ କଥା ଅଲଗା । ଯେବେଠୁଁ ବସୁଙ୍କ “ଲୁଡୋ”ର ଟ୍ରେଲର ରିଲିଜ ହୋଇଛି ଏହାକୁ ନେଇ ଅଡ଼ିଏନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ବି ଅନେକ ଗୁଣା ବଢିଯାଇଛି । ଖାଲି ଅଡ଼ିଏନ୍ସ ନୁହନ୍ତି ବଲିଉଡର ମିସ୍ଟର ପରଫେକ୍ସନିଷ୍ଠ ଭାବେ ଜଣା ଅମୀର ଖାନ ବି ଖୁବ ଉତ୍ସାହିତ ହୋଇଥିବା ନଜର ଆସିଛନ୍ତି । ତାଙ୍କ ଠାରେ ଉତ୍କଣ୍ଠା ଏତେ ବଢି ଯାଇଛିଯେ, କଥା କଥାରେ ତ ସେ ପଚାରି ବସିଛନ୍ତି, ଫିଲ୍ମ ଟିକୁ ଦେଖିବାକୁ ଆଉ କେତେ ଦିନ ଅପେକ୍ଷା କରିବାକୁ ପଡିବ ?

ludo

ଆଉ ମଜାଳିଆ ଶୈଳୀରେ ଅମିର କହିଛନ୍ତି – “ଟ୍ରେଲର ଟି ଖୁବ ମସ୍ତ ହୋଇଛି ! ହ୍ୱାଟ୍ସ ଅଫ ବାସୁ । ପୁରା ଟିମକୁ ମୋ ତରଫରୁ ଅନେକ ଅନେକ ଶୁଭକାମନା । ଏହାକୁ ଦେଖିବା ପାଇଁ ମୁଁ ଆଉ ଅପେକ୍ଷା କରି ପାରିବି ନାହିଁ ।” ଏହା ସହ ବାସୁଙ୍କୁ ଇଣ୍ଡଷ୍ଟ୍ରିର କିଛି ବନ୍ଧୁଙ୍କ ପାଇଁ ଫିଲ୍ମର ଭରଚୁଆଲ ସ୍କ୍ରିନିଙ୍ଗ କରିବାକୁ ନିବେଦନ ବି କରିଛନ୍ତି । କହିରଖିବା ଉଚିତ ହେବକି, ଏହି ଟ୍ରେଲରରେ ଅଭିଷେକ ବଚ୍ଚନ, ରାଜକୁମାର ରାଓ, ପକଞ୍ଜ ତ୍ରିପାଠୀ, ଆଦିତ୍ୟ ରାୟ କପୁର ଓ ସାନ୍ୟା ମଲହୋତ୍ରାଙ୍କ ପରି ଦମ ଦାର ଷ୍ଟାର ମାନେ ନଜର ଆସିଛନ୍ତି । ଟ୍ରେଲରରେ ଅଭିଷେକ ବଚ୍ଛନ ନେଗେଟିଭ ସେଡରେ ଥିବା ବେଳେ ରାଜକୁମାର ରାଓଙ୍କ ୟୁନିକ ଲୁକ ସମସ୍ତଙ୍କୁ ଆକୃଷ୍ଟ କରିଥିବା ଲକ୍ଷ କରାଯାଇଛି ।

କହିରଖିବା ଉଚିତ ହେବକି, ଚଳିତ ବର୍ଷ ଅର୍ଥାତ ଏପ୍ରିଲ ମାସରେ “ଲୁଡୋ” ରିଲିଜ ହେବାକୁ ସ୍ଥିର ହୋଇଥିବା ବେଳେ କରୋନା ମହାମାରୀ କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା । ଏବେ “ଲାଲ ସିଂହ ଚଢ଼ା” ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି ଅମୀର ଖାନ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.