କରୋନା ସହାୟତା : ‘ଦକ୍ଷିଣ ଭାରତ ଫିଲ୍ମ କର୍ମଚାରୀ ସଂଘ’କୁ ୫୦ ଲକ୍ଷ ଟଙ୍କା ଦାନ କଲେ ସୁପରଷ୍ଟାର ରଜନୀକାନ୍ତ

କରୋନା ସତର୍କତା ନେଇ ଦେଶ ବ୍ୟାପୀ କଡା ସତର୍କତା ମୂଳକ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଉଭୟ କେନ୍ଦ୍ର ସରକାର ଓ ସମସ୍ତ ରାଜ୍ୟର ରାଜ୍ୟ ସରକାର । ଏନେଇ ଦେଶର ଅଧିକାଂଶ ରାଜ୍ୟରେ ଲକ ଡାଉନ ଜାରି କରାଯାଇଛି । କେତେକ ଜରୁରୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ଛାଡ଼ି ଅନ୍ୟାନ ସମସ୍ତ ଦୋକାନ ବଜାରକୁ ବନ୍ଦ ରଖାଯାଇଛି । ଏହି କାରଣରୁ ବଲିଉଡ ସମେତ ପ୍ରାୟ ସମସ୍ତ ରାଜ୍ୟର ଫିଲ୍ମ ଇଣ୍ଡଷ୍ଟ୍ରି ଗୁଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମ୍ପୂର୍ଣ୍ଣ ରୂପେ ବନ୍ଦ ରଖାଯାଇଛି ।

rj

କାମ ବନ୍ଦ କାରଣରୁ ଏହି ଇଣ୍ଡଷ୍ଟ୍ରି ସହ ଜଡିତ ଥିବା କର୍ମଚାରୀ ମାନଙ୍କୁ ନାହିଁ ନଥିବା ଅସୁବିଧାର ସାମ୍ନା ହେବାକୁ ପଡୁଛି । ଏନେଇ ବିଗତ ଦିନର ସୁପରଷ୍ଟାର ରଜନୀକାନ୍ତ ସାହାଯ୍ୟର ହାତ ବଢ଼ାଇଛନ୍ତି । ଏପରି ଏକ ସଂଗୀନ ପରିସ୍ଥିତିର ମୁକାବିଲା ପାଇଁ ସୁପରଷ୍ଟାର ରଜନୀକାନ୍ତ ଫିଲ୍ମ ଦକ୍ଷିଣ ଭାରତ ଫିଲ୍ମ କର୍ମଚାରୀ ସଂଘକୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଦେଇଥିବା ନେଇ ଏକ ଖବର ସୋସିଆଲ ମିଡିଆରେ ପ୍ରକାଶ ପାଇଛି ।

ସୂଚନା ଦେବା ଯୋଗ୍ୟକି, ଏଯାବତ ଦେଶର ପ୍ରାୟ ୨୫ ଗୋଟି ରାଜ୍ୟ କୋରନା ଭାଇରସ ଛୁଇଁ ସାରିଲାଣି । ପ୍ରାୟ ୪୯୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.