କରୋନା ଲକଡାଉନ ମାନିଲେନି ପାକିସ୍ତାନୀ, ରାସ୍ତା ଉପରେ ପୋଲିସ ବନାଇଲା ମୁର୍ଗା ଦେଖନ୍ତୁ ଭିଡିଓ

କରୋନା ଭାଇରସ ପାଇଁ ସାରା ବିଶ୍ଵରେ ଆତଙ୍କ ତେବେ ଏଥିମଧ୍ୟରେ ସାମିଲ ରହିଛି ପାକିସ୍ତାନ । ଏହି ମହାମାରୀର ସଂକ୍ରମଣକୁ କିପରି ରୋକାଯାଇପାରିବ ସେଥିପାଇଁ ଅନେକ ଦେଶ ଗୁଡିକୁ ଲକଡାଉନ କରିଦିଆଯାଇଛି । ଯାହାଦ୍ୱାରା ଅଧିକାଂଶ ଲୋକ ଏବେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ତେବେ ପାକିସ୍ତାନରେ ମଧ୍ୟ ଅନେକ ସ୍ଥାନରେ ଲାକଡାଉନ ଘୋଷଣା କରିଦିଆଯାଇଛି କିନ୍ତୁ ସେଠାକାର ଲୋକେ ଏହାକୁ ନମାନି ରାସ୍ତାରେ ବୁଲୁଥିବାରୁ ସେମାନଙ୍କୁ ପ୍ରଶାସନ ତରଫରୁ ଏପରି ଦଣ୍ଡ ଦିଆଯାଇଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।


ସୂଚନା ଅନୁଯାୟୀ ପାକିସ୍ତାନ ପୋଲିସ ଲକଡାଉନ ପାଳନ ନକରି ରାସ୍ତାରେ ବୁଲୁଥିବା ସାଧାରଣ ଲୋକଙ୍କୁ ସେହି ରାସ୍ତାରେ ହିଁ ମୁର୍ଗା ବନାଇ ଦେଇଛନ୍ତି । କେବଳ ସେତିକି ନୁହେଁ ସେମାନେ ହାତ ଯୋଡ଼ି ବସିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ତେବେ ଏହି ଭିଡିଓକୁ ନାଇଲା ଇନାୟତ ନାମକ ଜଣେ ପତ୍ରକାର ନିଜର ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ । ଯେଉଁଥିରେ କରାଚୀ ପୋଲିସ ୧୧ ଜଣ ଲୋକଙ୍କୁ ରାସ୍ତା ଉପରେ ମୁର୍ଗା ବନାଇ ଦେଇଥିବା ଦେଖିବାକୁ ମିଳିଥିଲା ।

ତେବେ ସବୁଠାରୁ ମଜାଦାର କଥା ହେଉଛି ଯେଉଁ ସ୍ଥାନରେ ଲୋମା ନଙ୍କୁ ମୁର୍ଗା ବନାଯାଇଛି ସେହି ସ୍ଥାନଟି ଥାନା ସମ୍ମୁଖରେ ରହିଥିଲା । ଏହି ଭିଡିଓକୁ ସେୟାର କରିବା ସହ ପତ୍ରକାର ଜଣକ କ୍ୟାପ୍ସନରେ ଲେଖିଛନ୍ତି “ମୁର୍ଗା ତ ବନାଇଦେଲେ ଦୟାକରି ତାଙ୍କଠାରୁ ୬ ଫୁଟର ଦୂରତା ଅବଲମ୍ବନ କରନ୍ତୁ” । ସୂଚନା ଅନୁଯାୟୀ ପାକିସ୍ତାନରେ କରୋନା ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ୬ ଜଣ ଲୋକଙ୍କ ମୃତ୍ୟୁ ହୋଇଯାଇଛି ଏବଂ ପ୍ରାୟ ୮୦୪ ଜଣ ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.