ସୁଶାନ୍ତଙ୍କ ‘ଦିଲ ବେଚାରା’ ଟ୍ରେଲରକୁ ଡିସ୍‌ଲାଇକ୍‌ କରିବାକୁ ନେଇ ହଙ୍ଗାମା କଲେ ଫ୍ୟାନ୍ସ, ଲେଖିଲେ ‘ଲଗେ ରହୋ ଚାମଚୋ’

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚେରା’ର ଟ୍ରେଲର ରିଲିଜ ହୋଇଥିଲା। ଯାହାକୁ ନେଇ ଫ୍ୟାନ୍ସଙ୍କ ମନରେ ଅନେକ ଉତ୍ସାହ ରହିଥିଲା। ଏହାକୁ ୟୁଟ୍ୟୁବରେ ସୁପରହିଟ୍‌ କରିବା ଲକ୍ଷ୍ୟରେ ଫ୍ୟାନ୍ସ ଅଣ୍ଟା ମଧ୍ୟ ଭିଡିଥିଲେ। ସୁଶାନ୍ତଙ୍କ ଫ୍ୟାନ୍ସ ଏହାକୁ ସଫଳ ମଧ୍ୟ କରିଥିଲେ। ଏହି ଟ୍ରେଲର ସବୁ ରେକର୍ଡ ଭାଙ୍ଗିଦେଲା। କିନ୍ତୁ ଏହି ଟ୍ରେଲରକୁ କିଛି ଲୋକ ଡିସ୍‌ଲାଇକ କରିଛନ୍ତି, ଯାହାକୁ ନେଇ ସୁଶାନ୍ତଙ୍କ ଫ୍ୟାନ୍ସ ହଙ୍ଗାମା କରିଛନ୍ତି।

ଏହି ଟ୍ରେଲରକୁ ୩୦ ହଜାର ଡିସଲାଇକ ମିଳିଛି। ଯାହାକୁ ନେଇ ସୁଶାନ୍ତଙ୍କ ଫ୍ୟାନ କହିଛନ୍ତି, ‘ଯେଉଁମାନେ ଏହି ଟ୍ରେଲରକୁ ଡିସଲାଇକ୍‌ କରିଛନ୍ତି, ଏମିତି କଲେ ଆମକୁ କୌଣସି ଫରକ ପଡିବ ନାହିଁ। କାହିଁକି ନା ଭିଡିଓକୁ ୬.୨ ମିଲିୟନ ଲାଇକ୍ସ ମିଳିଛି। ତୁମେ ମାନେ କିଏ ଏହା ଆମକୁ ଜଣାଅଛି, ‘ଲଗେ ରହୋ ଚାମଚୋ’। ଜଣେ ଫ୍ୟାନ ସଲମାନଙ୍କୁ ଟ୍ୟାଗ୍‌ କରି ଲେଖିଛନ୍ତି, ଯେମିତି ଆପଣ, ସେମିତି ଆପଣଙ୍କ ଫ୍ୟାନ୍‌’। ଆଉ ଜଣେ କହିଛନ୍ତି, ଏସବୁ ସଲମାନଙ୍କ ଫ୍ୟାନ୍ସ କରୁଛନ୍ତି।

rr

ସୂଚନାଯୋଗ୍ୟ, ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଏହା ତାଙ୍କ ଶେଷ ଫିଲ୍ମ। ଯାହା ୨୪ ଜୁଲାଇ ଡିଜନୀ ପ୍ଲସ ଏବଂ ହଟଷ୍ଟାରରେ ରିଲିଜ ହେବ। ସୁଶାନ୍ତଙ୍କ ଫ୍ୟାନ ଏହାକୁ ବଡ ପରଦାରେ ଦେଖିବାକୁ ଚାହୁଁଥିଲେ କିନ୍ତୁ ଲକଡାଉନ ଯୋଗୁଁ ହଲ୍‌ ବନ୍ଦ ଥିବାରୁ ଫିଲ୍ମକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.