ଆଜି ରାଜ୍ୟରେ ୫୨୭ ଜଣ ନୂଆ କରୋନା ଆକ୍ରାନ୍ତ ଚିନ୍ହଟ, ୧୦୬୨୪ ଛୁଇଁଲା ମୋଟ ସଂଖ୍ୟା

 ଭୁବନେଶ୍ୱର: ରାଜ୍ୟରେ ଦିନ କୁ ଦିନ ବଢିଚାଲିଛି କରୋନା ପଜିଟିଭ ସଂଖ୍ୟା । ବର୍ତ୍ତମାନ ପରିସ୍ଥିତିକୁ ଲକ୍ଷ କଲେ ପ୍ରତିଦିନ ହାରାହାରି ୫୦୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି ରାଜ୍ୟରେ ୨୬ ଜିଲ୍ଲାରୁ ୫୨୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ସେମଧ୍ୟରୁ ୩୩୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ଆଉ ୧୮୯ ହେଉଛନ୍ତି ସ୍ଥାନୀୟ ବାସିନ୍ଦା ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦୮୬୯୮ ଜଣଙ୍କ ଟେଷ୍ଟ ସାରିଥିବା ବେଳେ ସେଥିମଧ୍ୟରୁ ୧୦୬୨୪ ଟି ପଜିଟିଭ କେଶ ବାହାରିଛି ଜ୍ଝ ୬୭୦୩ ଜଣ ଆରୋଗ୍ୟ ଲାଭ କରିସାରିଥିବା ବେଳେ ୩୮୬୦ ଟି ଆକ୍ଟିଭ କେସ ରହିଛି । ଯେଉଁ ମାନେ ବିଭିନ୍ନ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି । ମଙ୍ଗଳବାର ସୁଦ୍ଧା ୨୧୭ ଜଣ ଆରୋଗ୍ୟ ଲାଭ କରିଥିବା ଜଣାଯାଇଛି । ଆଜି ସର୍ବଧିକ ଗଂଜାମ ଜିଲ୍ଲାରୁ ୨୧୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ୭୮ ପଜିଟିଭ ରିପୋର୍ଟ ସହ ଦ୍ଵିତୀୟରେ ଅଛି ସୁନ୍ଦରଗଡ । ଯେବେକି ଅର୍ଦ୍ଧଶତକ ଆକ୍ରାନ୍ତଙ୍କ ସହ ଆଜିର ତାଲିକାରେ ତୃତୀୟ ସ୍ଥାନରେ ଅଛି ଖୋର୍ଦ୍ଧା ଜିଲ୍ଲା । ଏହା ବାଦ ବାଲେଶ୍ଵରରେ ୨୬ ଜଣ, ବଲାଙ୍ଗୀରର ୨୧

ଜଣ, କଟକର ୧୭ ଜଣ, ଯାଜପୁରର ୨୫ ଜଣ, ଝାରସୁଗୁଡାର ୪ ଜଣ, କେନ୍ଦ୍ରାପଡାର ୫ ଜଣ, କେଉଁଝରର ୭ ଜଣ, କୋରାପୁଟର ୬
ଜଣ, ମୟୁରଭଞ୍ଜର ୧୦ ଜଣ , ନୟାଗଡର ୧୮ ଜଣ, ନୂଆପଡାର ୪ ଜଣ,ପୁରୀର ୧୬ ଜଣ,ସୋନପୁରର ୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଯେବେକି ଭଦ୍ରକର ୨ ଜଣ, ଗଜପତିର ୩ ଜଣ, ଜଗତସିଂହପୁର ର ୪ ଜଣ, ମାଲକାନଗିରିର ୩ ଜଣ,ନବରଙ୍ଗପୁରର ୩
ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଅନ୍ୟପକ୍ଷରେ ଅନୁଗୁଳ, ବରଗଡ଼, ଢେଙ୍କାନାଳ, ରାୟଗଡାରୁ ଜଣେ ଲେଖାଏଁଙ୍କ ରିପୋର୍ଟ ପଜିଟିଭ ଆଚିଛି ।

 

Leave A Reply

Your email address will not be published.