Below header

ପେଟ୍ରୋଲ ପରେ ଡିଜେଲ ହେଉଛି ମହଙ୍ଗା, ପେଟ୍ରୋଲ ଦାମ ସ୍ଥିର

ଆଜି ପୁଣି ଡିଜେଲ ଦାମ୍‌ ମହଙ୍ଗା ହୋଇଛି। ଗତମାସ ୭ ତାରିଖରୁ ଡିଜେଲ ଦର ଲଗାତାର ୨୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ଭୁବନେଶ୍ବରରେ ଭାରତୀୟ ତୈଳ ନିଗମ ପକ୍ଷରୁ ଡିଜେଲ ଦର ଲିଟର ପିଛା ୨୩ରୁ ୨୫ ପଇସା ବୃଦ୍ଧି କରାଯାଇଛି। ଫଳରେ ଡିଜେଲ ଦର ୭୮ ଟଙ୍କା ୯୨ ପଇସା ପହଞ୍ଚିଛି। ଅନ୍ୟପକ୍ଷରେ ପେଟ୍ରୋଲ ଦର ଏବେ ୮୧ ଟଙ୍କା ୧ ପଇସାରେ ସ୍ଥିର ରହିଛି।

Fuel pump

କରୋନା ମହାମାରୀ ପାଇଁ ତେଲ କମ୍ପାନି ଗୁଡ଼ିକ ପ୍ରାୟ ୮୩ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇ ନଥିଲେ। କିନ୍ତୁ ଜୁନ୍ ୭ ତାରିଖରୁ ପ୍ରତିଦିନ ତୈଳ ଦର ବୃଦ୍ଧି ଆରମ୍ଭ ହୋଇଯାଇଥିଲା। ଜୁନ ୬ ତାରିଖରେ ପେଟ୍ରୋଲ ଦର ୭୧ ଟଙ୍କା ୭୨ ପଇସା ଥିବାବେଳେ ଡିଜେଲ ଦର ୬୭ ଟଙ୍କା ୭୩ ପଇସା ଥିଲା। ଏପର୍ଯ୍ୟନ୍ତ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯ ଟଙ୍କା ୨୯ ପଇସା ଏବଂ ଡିଜେଲ ଦର ୧୧ ଟଙ୍କା ୧୯ ପଇସା ମହଙ୍ଗା ହୋଇଗଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.