ସିଲ୍‌ ହେଲା ଗଞ୍ଜାମ-ଖୋର୍ଦ୍ଧା ବର୍ଡର, ଟ୍ଵିଟ ଜରିଆରେ ସୂଚନା ଦେଲେ ଗଞ୍ଜାମ ଜିଲ୍ଲାପାଳ

କରୋନା ମୁକାବିଲା ନେଇ ଏବେ ଫୋକସରେ ଅଛି ଗଞ୍ଜାମ ଜିଲ୍ଲା । ସିଲ୍‌ ହେଲା ଗଞ୍ଜାମ-ଖୋର୍ଦ୍ଧା ବର୍ଡର । ଗଞ୍ଜାମରୁ କୌଣସି ଲୋକ ଭୁବନେଶ୍ୱର ଯାଇପାରିବେ ନାହିଁ । ଭୁବନେଶ୍ୱରରୁ କୌଣସି ଲୋକ ଗଂଜାମ ଯାଇପାରିବେ ନାହିଁ | ଏନେଇ ସହଯୋଗ କରିବା ପାଇଁ ଟ୍ଵିଟ କରି ଅପିଲ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗ । ସେପଟେ ସାଧାରଣ ରୋଗୀଙ୍କ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ବା ଏମ୍କେସିଜିର ଓପିଡ଼ିକୁ ବନ୍ଦ କରାଯାଇଛି । ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ଏମ୍‌କେସିଜିର ଓପିଡି ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ମେଡିକାଲର ମୁଖ୍ୟ ପ୍ରବେଶ ପଥ ବ୍ୟତୀତ ଅନ୍ୟ ସବୁ ପ୍ରବେଶ ପଥ ବନ୍ଦ ରହିବ ।

mkcg

ମେଡିକାଲର ମୁଖ୍ୟ ପ୍ରବେଶ ପଥରେ ପୋଲିସ ମୁତୟନ କରାଯିବ । କେବଳ ହସ୍ପିଟାଲ କର୍ମଚାରୀ ଓ ଗୁରୁତର ରୋଗୀଙ୍କୁ ଯିବାକୁ ଅନୁମତି ମିଳିବ । ହସ୍ପିଟାଲ ପରିସରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଜରୁରୀକାଳୀନ ସ୍ଥିତିରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏହା ସହ ନିୟମ ଉଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

Leave A Reply

Your email address will not be published.