ବିଶାଖାପାଟଣା ଷ୍ଟାଇରିନ୍‌ ଗ୍ୟାସ୍‌ ଲିକ୍‌ ମାମଲା, ସିଇଓ ଓ ନିର୍ଦ୍ଦେଶକଙ୍କ ସମେତ ୧୨ ଗିରଫ

ବିଶାଖାପାଟଣା ଷ୍ଟାଇରିନ୍‌ ଗ୍ୟାସ୍‌ ଲିକ୍‌ ମାମଲା । ପୋଲିସ ହାତରେ ଧରା ହେଲେ ଘଟଣା ପଛର ମୁଖ୍ୟ ଖଳନାୟକ ମାନେ । ଏଲ୍‌ଜି ପଲିମରର ସିଇଓ, ୨ ନିର୍ଦ୍ଦେଶକଙ୍କ ସମେତ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣାର ତଦନ୍ତ ପାଇଁ ଗଠିତ ହୋଇଥିବା କମିଟି ଏହାର ରିପୋର୍ଟ ମୁଖ୍ୟମନ୍ତ୍ରୀ ଏସ୍‌ ଜଗନ ମୋହନ ରେଡ୍ଡିଙ୍କ ନିକଟରେ ଦାଖଲ କରିଛନ୍ତି । ଅଭିକୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ପୀଡିତ ମାନଙ୍କୁ ନ୍ୟାୟ ଦିଆଯିବା ନେଇ ପ୍ରତିଶୃତି ଦେଇଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.