ବାବା ସାହେବ ଆମ୍ବେଦକରଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଭଙ୍ଗାରୁଜା, ପୋଲିସର ତଦନ୍ତ ଜାରି

ସମ୍ବିଧାନ ନିର୍ମାତା ଡାକ୍ତର ଭୀମରାୱ ଆମ୍ବେଦକରଙ୍କ ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ଦାଦର ସ୍ଥିତ ଘର-ରାଜଗୃହରେ ଅଜ୍ଞାତ ଲୋକମାନେ ଭଙ୍ଗାରୁଜା କରିଛନ୍ତି। ସୂଚନା ମୁତାବକ ବର୍ତ୍ତମାନ ଏହି ଘରେ ବାବା ସାହେବଙ୍କ ବଂଶଜ ପ୍ରକାଶ ଆମ୍ବେଦକର ଏବଂ ଆନନ୍ଦରାଜ ଆମ୍ବେଦକର ରହୁଥିବା ବେଳେ କିଛି ଲୋକ ଘରର ବଗିଚାରେ ପଶି ଭଙ୍ଗରୁଜା କରିଛନ୍ତି। ଏନେଇ ରାଜ୍ଯ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଘଟଣାର ଯାଞ୍ଚ କରିବା ପାଇଁ ଆଦେଶ ଦେଇଛନ୍ତି।
ଏହି ଘଟଣାରେ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି, ଘଟଣାର ତଦନ୍ତ ପାଇଁ ମୁଁ ପୋଲିସକୁ ଆଦେଶ ଦେଇଛିଳ ଏବଂ ବହୁତ ଜଲଦି ଦୋଷୀଙ୍କୁ ଗିରଫ କରାଯିବ। ଅନ୍ଯପଟେ ପ୍ରକାଶ ଆମ୍ବେଦକର ଲୋକଙ୍କୁ ଶାନ୍ତି ରଖିବା ପାଇଁ ନିବେଦନ କରିଛନ୍ତି।

ରିପୋର୍ଟ ଅନୁଯାୟୀ ପ୍ରକାଶ ଆମ୍ବେଦକର କହିଛନ୍ତି, ଏହି ଘଟଣା ସମ୍ପୂର୍ଣ୍ଣ ସତ, ୨ଜଣ ଲୋକ ରାଜଗୃହ ଆସି ସେମାନେ ବିଭିନ୍ନ ଜିନିଷ ଭାଙ୍ଗିବା ସହ ସିସିଟିଭି ଭାଙ୍ଗିବା ପାଇଁ ମଧ୍ଯ ପ୍ରୟାସ କରିଥିଲେ। ଏନେଇ ଘଟଣାସ୍ଥଳରେ ପୋଲିସି ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ମୁଁ ସମସ୍ତ ଲୋକଙ୍କୁ ରାଜଗୃହ ନିକଟରେ ଏକତ୍ରିତ ନହୋଇ ଶାନ୍ତି ରଖିବା ପାଇଁ ନିବେଦନ କରୁଛି।

Leave A Reply

Your email address will not be published.