ମୃତ୍ୟୁ ପୂର୍ବରୁ ସୁଶାନ୍ତ ଗୁଗଲ୍‌ରେ ସର୍ଚ୍ଚ କରିଥିଲେ ଏହି ତିନିଟି ଜିନିଷ, ନିଜ ନାମ… ଏକ୍ସ ମ୍ୟାନେଜର ନାମ ଏବଂ…

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୨ ମାସ ହୋଇଯିବ। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ଆତ୍ମହତ୍ୟାକୁ ନେଇ ଅନେକ ପ୍ରଶ୍ନ ଉଠୁଛି, ଯାହାର ଉତ୍ତର ଏଯାଏଁ ମିଳିପାରୁନାହିଁ। କିନ୍ତୁ ତାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ବୋଲି ପ୍ରମାଣିତ ହେଉଛି। କିନ୍ତୁ ଏହି କଥାକୁ ତାଙ୍କ ପରିବାର ଲୋକେ ଏବଂ ଫ୍ୟାନ ଗ୍ରହଣ କରିବାକୁ ନାରାଜ ରହିଛନ୍ତି।

ରିପୋର୍ଟ ଅନୁଯାୟୀ, ଆତ୍ମହତ୍ୟା ପୂର୍ବରୁ ସୁଶାନ୍ତ ସିଂ ରାଜପୁତ ଗୁଗୁଲରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଜାଣିବାକୁ ଚାହିଁଥିଲେ । ଆତ୍ମହତ୍ୟା ପୂର୍ବରୁ ସେ ଗୁଗୁଲରେ ସର୍ଚ୍ଚ କରିଥିବା ତିନୋଟି ଜିନିଷ ମଧ୍ୟରୁ ନିଜର ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ବିଷୟରେ ମଧ୍ୟ ସର୍ଚ୍ଚ କରିଥିଲେ।

sushnat

ସୁଶାନ୍ତ ଦିଶାଙ୍କ ଆତ୍ମହତ୍ୟାକୁ ନେଇ ଦୁଃଖିତ ଥିବା ବେଳେ ତାଙ୍କ ଆତ୍ମହତ୍ୟାକୁ ନେଇ ସୁଶାନ୍ତଙ୍କ ବିଷୟରେ କ’ଣ ଖବର ଲେଖାଯାଇଛି, ସେ ନେଇ ଗୁଗଲରେ ୨ଘଣ୍ଟା କାଳ ସୁଶାନ୍ତ ସର୍ଚ୍ଚ କରିଥିଲେ। ଏହା ସହ ସେ ଯନ୍ତ୍ରଣାହୀନ ମୃତ୍ୟୁ (painless death), ସିଜୋଫ୍ରେନିଆ (schizophrenia) ଏବଂ ବାଇପୋଲାର ଡିଜଅର୍ଡର (Bipolar disorder) ବିଷୟରେ ସର୍ଚ୍ଚ କରିଥିବା ଜଣାପଡ଼ିଛି। ତାଙ୍କ ଫୋନ ଓ ଲାପଟପର ଫରେନସିକ୍ ଯାଞ୍ଚ ରିପୋର୍ଟ ଆସିବା ପରେ ଏହାର ଖୁଲାସା ହୋଇଛି।

disha

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁମ୍ବାଇ ପୋଲିସ ଏବଂ ବିହାର ପୋଲିସ ମିଳିତ ଭାବେ ଯାଞ୍ଚ କରୁଛି। ସେପଟେ ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ସୁଶାନ୍ତଙ୍କ ବାପା ଏଫଆଇଆର ଦେବା ପରେ ସେ କୁଆଡେ ଲୁଚି ପଳାଇଛନ୍ତି। ଦିନକୁ ଦିନ ସୁଶାନ୍ତଙ୍କ ମୃତ୍ୟୁରେ ଭିନ୍ନ ମୋଡ ଦେଖିବାକୁ ମିଳିଛି। ସେପଟେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସିବିଆଇ ଯାଞ୍ଚ ହେବ ସୁପାରିଶ କରିଛନ୍ତି ସୁଶାନ୍ତଙ୍କ ବାପା। ଏହାଛଡା ବିହାର ମୁଖ୍ୟମନ୍ତ୍ରୀ ମଧ୍ୟ ସିବିଆଇ ତଦନ୍ତ କରିବାକୁ ଆବେଦନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.