ଜାଣନ୍ତୁ ପୂର୍ବ-ପ୍ରେମିକାଙ୍କର ପ୍ରଥମ ଫିଲ୍ମର ଝଲକ ଦେଖି କ’ଣ କହିଲେ ସୁଶାନ୍ତ !!

ମୁମ୍ବାଇ : ଛୋଟ ପରଦାର ପପୁଲାର ବୋହୁ ଅଙ୍କିତା ଲୋଖଣ୍ଡେ ଫିଲ୍ମ ମଣିକର୍ଣ୍ଣିକାରୁ ବଲିଉଡରେ ଡେବ୍ୟୁ କରୁଛନ୍ତି । ଫିଲ୍ମରେ ସେ ଝଲକରୀ ବାଇ ଭୂମିକାରେ ନଜର ଆସିବେ। ନିକଟରେ ତାହାର ଏକ ଝଲକ ମିଳିଥିଲା ସୋସିଆଲ ମିଡ଼ିଆରେ। ତେବେ ଅଙ୍କିତାଙ୍କ ବଲିଉଡ ଡେବ୍ୟୁକୁ ନେଇ ପୂର୍ବତନ ବୟଫ୍ରେଣ୍ଡ୍ ସୁଶାନ୍ତ ସିଂ ରାଜପୁତ୍ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି ।


ବଲିଉଡ଼ ଅଭିନେତା ତଥା ଅଙ୍କିତାଙ୍କ ପୂର୍ବ ପ୍ରେମିକ କହିଛନ୍ତି, ତାଙ୍କ ଲୁକ୍ ଖୁବ ସୁନ୍ଦର ରହିଛି। ଭଗବାନ ତୁମର ମଙ୍ଗଳ କରନ୍ତୁ । ତୁମକୁ ସଫଳତା ଓ ଖୁସି ମିଳୁ ବୋଲି ଟ୍ଵିଟ୍ କରି ଲେଖିଛନ୍ତି ସୁଶାନ୍ତ । ଅନ୍ୟପଟେ ସୋସିଆଲ ମିଡିଆରେ ଏହାର ଜବାବ ରଖିଛନ୍ତି ଅଙ୍କିତା । ସେ ସୁଶାନ୍ତଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ମୁଁ ତୁମ ପାଇଁ ସମାନ ଆଶା କରୁଛି ବୋଲି ଲେଖିଛନ୍ତି ଅଙ୍କିତା। ବ୍ରେକ୍ ଅପ ପରେ ସୁଶାନ୍ତ ଓ ଅଙ୍କିତାଙ୍କ ମଧ୍ୟରେ ଏହି ସଂପର୍କକୁ ନେଇ କାଫି ଚର୍ଚ୍ଚା ହେଉଛି।

Sushant-Singh-Rajput-and-Ankita-Lokhande (1)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.