ସୁଶାନ୍ତ ସିଂଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ହେଉଛି ଭାଇରାଲ, ଯାହାକୁ ଦେଖି ଆପଣ ବି ହୋଇଯିବେ ଇମୋସନାଲ୍‌ !

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁରେ ସାରା ଦେଶର ଲୋକ ଦୁଃଖ କରୁଛନ୍ତି। ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟଷ୍କ ବ୍ୟକ୍ତି ମାନେ ମଧ୍ୟ ଜଣେ ଯୁବ ଅଭିନେତାଙ୍କୁ ହରାଇ ବହୁତ ମନ କଷ୍ଟ କରୁଛନ୍ତି। କହିବାକୁ ଗଲେ ବହୁତ ଲୋକମାନଙ୍କୁ ତାଙ୍କ ନିଧନ ଖବର ଶୁଣି ଝଟକା ଲାଗିଛି। ସୋସିଆଲ ମିଡିଆରେ ପ୍ରାୟ ସମସ୍ତେ ତାଙ୍କୁ ନିଜ ଆଡୁ ଶ୍ରଦ୍ଧାଞ୍ଜଳୀ ଦେଉଛନ୍ତି।


ତେବେ ଏହାରି ଭିତରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଜମେଇକି ଭାଇରାଲ ହେଉଛି। ତାଙ୍କର ଭିଡିଓ ଫିଲ୍ମ ‘ଛିଛୋରେ’ ସେଟ ବେଳର। ଏହି ଭିଡିଓକୁ ଫିଲ୍ମର ନିର୍ଦ୍ଦେଶକ ନୀତେଶ ତିଓ୍ଵାରୀ ସେୟାର କରିଛନ୍ତି। ସୁଶାନ୍ତ ସିଂହ ରାଜପୁତଙ୍କୁ ଏହି ଭିଡିଓରେ ଦେଖାଯାଇପାରେ ସେ ମେକଅପ ସମୟରେ ଖୁବ୍‌ ମସ୍ତି କରୁଥିବା ନଜର ଆସୁଛନ୍ତି।


ତେବେ ଏହି ଭିଡିଓକୁ ଦେଖିବା ପେ ଲାଗୁଛି ଯେ ସୁଶାନ୍ତ ସିଂହ ରାଜପୁତ କେତେ ଖୁସମିଞ୍ଜାଜର ମଣିଷ ଥିଲେ। ତେବେ ସୁଶାନ୍ତଙ୍କର ଏହି ଭିଡିଓ ଦେଖିବା ପରେ ଲୋକମାନେ ଭାବବିହ୍ଵଳ ପଡୁଛନ୍ତି। ତେବେ ଅକସ୍ମାତ ନିଜର ପ୍ରିୟ ଅଭିନେତାଙ୍କୁ ହରାଇ ଅନେକ ଲୋକ ସଦମାରେ ଅଛନ୍ତି। ଆଉ କିଛି ଲୋକ ବିଶ୍ୱାସ ହିଁ କରିପାରୁନାହାନ୍ତି ସତରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି। ଜିଟିଭିରେ ପ୍ରସାରିତ ଟିଭି ସିରିୟଲ ‘ପବିତ୍ର ରିସ୍ତା’ରେ ମାନବ ଚରିତ୍ରକୁ ଲୋକେ ଖୁବ୍‌ ପସନ୍ଦ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.