Below header

ଯେତେବେଳେ ଲୋକଙ୍କ ବଦଳରେ ଟ୍ରାଫିକ ଜାମ୍‌ କଲେ ଗୟଳ, ସେତେବେଳେ କଣ ହେଲା ଦେଖନ୍ତୁ ଭିଡିଓ

ଆମେରିକା ୟେଲୋଷ୍ଟୋନ ନ୍ୟାସନାଲ ପାର୍କରେ ଜଙ୍ଗଲୀ ଗୟଳଙ୍କର ଦଳ ହଠାତ୍‌ ରାସ୍ତାକୁ ଜାମ କରିଦେଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଯେଭଳି ଭାବେ ଜଙ୍ଗଲୀ ଗୟଳ ଏହି ଟୁରିଷ୍ଟ ପ୍ଲେସରେ ଦୌଡୁଥିବା ନଜର ଆସିଲେ ସେତେବେଳେ ଏହି ଦୃଶ୍ୟ ଦେଖିବାକୁ ବହୁତ ଭୟଙ୍କର ଲାଗୁଥିଲା। ଗୟଳଙ୍କର ଏହି ଦୌଡିଥିବାର ଭିଡିଓ ଦେଖିଲେ ଆପଣଙ୍କୁ ପ୍ରସିଦ୍ଧ ଆନିମେଟେଡ୍‌ ଫିଲ୍ମ ‘ଲାୟନ କିଙ୍ଗ’ର ଦୃଶ୍ୟ ମନେପଡିଯିବ।


ନ୍ୟାସନାଲ ପାର୍କରେ ଏକ ପୋଲ ଉପରେ କାରଟି ରାସ୍ତା ପାର ହେଉଥିବା ସମୟରେ ବହୁତ ସଂଖ୍ୟାରେ ଜଙ୍ଗଲୀ ଗୟଳ ଗାଡି ଆଗକୁ ଚାଲି ଆସିଲେ।

ତେବେ ଏବେ ପର୍ଯ୍ୟନ୍ତ ଏହି ଭିଡିଓକୁ ୧୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। କେବଳ ଏତିକି ନୁହେଁ ଏହି ଭିଡିଓକୁ ଦେଖିବା ପରେ ଫିଲ୍ମ ‘ଲାୟନ କିଙ୍ଗ’ର ନାୟକ ସିମ୍ବା କଥା ମନେ ପଡିଯିବ। ଏହି ଭିଡିଓକୁ ଦେଖି ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରୀୟା ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.