କ’ଣ ସୁସ୍ମିତା ସେନ୍ କଲେ ୧୫ ବର୍ଷ ସାନ ବଏଫ୍ରେଣ୍ଡ ରୋହମନଙ୍କ ସହ ର୍ନିବନ୍ଧ !

ମୁମ୍ବାଇ : ଖୁବ ଦିନ ହେବ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ଏବଂ ତାଙ୍କଠାରୁ ୧୫ ବର୍ଷ ସାନ ରୋହମନ ସାଲଙ୍କ ସଂପର୍କକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ଏହି ସଂପର୍କ ଉପରେ ଖୁବ ଶୀଘ୍ର ବିବାହର ମୋହର ଲାଗିବ ବୋଲି ଜଣାପଡୁଛି। କାରଣ ସୁସ୍ମିତା ସେନ ନିକଟରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବଏଫ୍ରେଣ୍ଡ ରୋହମନଙ୍କ ସହ ଏକ ଫଟୋ ଶେୟରେ କରିଥିଲେ। ଯେଉଁଥିରେ ସୁସ୍କିତା ଏକ ନୀଲମର ମୁଦି ପିନ୍ଧିଥିବାର ଦେଖିବାକୁ ମିଳିଥିଲା।

ଫଟୋ ସହ ସୁସ୍ମିତା କ୍ୟାପସନରେ ଲେଖିଛନ୍ତି, “କାହାକୁ ବିନା କୌଣସି ସର୍ତ୍ତରେ ଭଲ ପାଇବା କଷ୍ଟ, କାରଣ ଆମେ ସମସ୍ତ ସଂପର୍କକୁ ସର୍ତ୍ତର ସହ ରଖିବା ଅଭ୍ୟାସ କରିଦେଇଛୁ। ଏଣୁ ଏବେ ନିଜ ମନ ହିସାବରେ କାମ କରିବାକୁ ଗଲେ ମସ୍ତିଷ୍କ ତାହା ଉପରେ ପ୍ରଭାବ ପକାଇଥାଏ। ମସ୍ତିଷ୍କ ସଂପର୍କରେ ସର୍ତ୍ତ ରଖିଥିବା ବେଳେ ମନ ବିଶ୍ବାସ ଜନ୍ମି ଥାଏ। ଏମିତିରେ ଭଲ ପାଇବା ମିଳିବ କୌଣସି ବୋନସରୁ କମ ନୁହଁ। ମୋ ଜୀବନରେ ଜଣେ ଭଲ ସାଙ୍ଗ, ପ୍ରେମ, ସମ୍ମାନ ଏବଂ ମନର କଥା ଶୁଣିବା ପାଇଁ, ମୁଁ ବିନା କୌଣସି ସର୍ତ୍ତରେ ତୁମର ରୋହମନ। ଆଇ ଲଭ ୟୁ ଗାଇଜ୍”।

ଏହି ପୋଷ୍ଟ ସୋସିଆଲ ମିଡିଆରେ ଆସିବା ପରଠାରୁ ପ୍ରଶଂସକ ପ୍ରଶ୍ନର ବନ୍ୟା କରିଦେଇଛନ୍ତି। ସମସ୍ତେ ସୁସ୍ମିତାଙ୍କ ନିର୍ବନ୍ଧ କରିଛନ୍ତି କି ପ୍ରଶ୍ନ ପଚାରିଥିବା ବେଳେ ଏହି ଘଟଣାର ସତ୍ୟତା ବର୍ତ୍ତମାନ ପର‌୍ୟ୍ୟନ୍ତ କିଛି ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.