ଏହି କେନ୍ଦ୍ର ମନ୍ତ୍ରୀଙ୍କ ଝିଅ କରିବାକୁ ଯାଉଛନ୍ତି ବଲିଉଡ୍ ଡେବ୍ୟୁ, ତାପ୍ସୀ ପନ୍ନୁ, ଭୂମି ପେଡନେକରଙ୍କ ସହିତ କରିବେ ସ୍କ୍ରିନ୍ ଶେୟାର
ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଥିବା ରମେଶ ପୋଖରିୟାଲ ନିଶଙ୍କଙ୍କ ଝିଅ ବହୁତ ଜଲ୍ଦି ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତାଙ୍କ ନାଁ ଆରୁଷି ପୋଖରିୟାଲ ନିଶଙ୍କ। ନିଜର ଅପ୍କମିଙ୍ଗ୍ ଫିଲ୍ମରେ ଆରୁଷି ତାପ୍ସୀ ପନ୍ନୁ, ଭୂମି ପେଡନେକର ଓ କୀର୍ତ୍ତି କୁହ୍ଲାରୀଙ୍କ ସହିତ ସ୍କ୍ରିନ୍ ଶେୟାର କରିବେ।
ଜଣାପଡ଼ିଛି ଯେ ଯେଉଁଥିରେ ଆରୁଷିଙ୍କୁ ଦେଖିବାକୁ ମିଳିବ, ତାହା ଏକ ଯୁଦ୍ଧ ଫିଲ୍ମ। ଫିଲ୍ମର କାହାଣୀ ଡିଫେନ୍ସର ୬ ସାହସୀ ମହିଳା ଅଧିକାରୀଙ୍କ ବୀରତ୍ୱ ଉପରେ ଆଧାରିତ। ଫିଲ୍ମକୁ ଟି-ସିରିଜ ପ୍ରଯୋଜନା କରିବ। କହିବାକୁ ଗଲେ, ଏହା ଏକ ମହିଳା କୈନ୍ଦ୍ରିକ ଫିଲ୍ମ ହେବ। ବର୍ତ୍ତମାନ ସୁଦ୍ଧା ପୁରୁଷଙ୍କ ବୀରତ୍ୱ ଉପରେ ହିଁ ଯୁଦ୍ଧ ଫିଲ୍ମଗୁଡ଼ିକର କାହାଣୀ ପର୍ଯ୍ୟବସିତ ରହୁଥିଲା।
ଫିଲ୍ମ ପୂର୍ବରୁ ଆରୁଷି ଏକ ମ୍ୟୁଜିକ ଆଲ୍ବମରେ ନଜର ଆସିବେ। ସେ ନିଜେ ଏହି ସୂଚନା ଦେଇ କହିଛନ୍ତି ଯେ ଟି-ସିରିଜ ପାଇଁ ସେ ରୋହିତ ସୁଚନ୍ତୀଙ୍କ ସହିତ ଏକ ମ୍ୟୁଜିକ ଆଲ୍ବମ ଶୁଟ୍ କରିଛନ୍ତି। ଟି-ସିରିଜ ଏହାକୁ ନେଇ ଖୁବ୍ଶୀଘ୍ର ଅଫିସିଆଲ ଘୋଷଣା କରିବ। କୁହାଯାଉଛି କି, ଫିଲ୍ମ ନିର୍ଦ୍ଦେଶନା ପାଇଁ ଟି-ସିରିଜର ପ୍ରଥମ ପସନ୍ଦ ହେଉଛନ୍ତି ଫିଲ୍ମ ‘ଉରି’ର ନିର୍ଦ୍ଦେଶକ ଆଦିତ୍ୟ ଧର। ତାଙ୍କ ସହିତ ଏ ସମ୍ବନ୍ଧରେ କଥାବାର୍ତ୍ତା ହୋଇଛି।
View this post on Instagram